OnaKhabar

ଜାଣନ୍ତୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ଗୋଟିଏ ଏପିସୋଡ ପାଇଁ କେତେ କୋଟି ନିଅନ୍ତି କରୀନା…

216

ମୁମ୍ବାଇ:‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସଜିନ୍‌ ୭’ରେ ବିଚାରପତି ଭାବେ ଦେଖିବାକୁ ମିଳୁଛନ୍ତି ବଲିଉଡ୍‌ର ବେବୋ |ନିକଟରେ କରୀନାଙ୍କ ସଂପର୍କରେ ଏପରି ଏକ ରିପୋର୍ଟ ହସ୍ତଗତ ହୋଇଛି ଯାହା କାହାକୁ ବି ଚକିତ କରାଇପାରେ । ଆପଣ ଜାଣନ୍ତି କି ଏହି ସୋ’ର ଗୋଟିଏ ଏପିସୋଡ୍‌ ପାଇଁ ବେବୋ କେତେ ଟଙ୍କା ନିଅନ୍ତି? ରିପୋର୍ଟ ମୁତାବକ, କରୀନା ଏହି ସୋ’ର ଗୋଟି, ଏପିସୋଡ୍‌ ପାଇଁ ନେଉଛନ୍ତି ୩ କୋଟି ଟଙ୍କା । ଏ ସଂପର୍କରେ ଏକ ଇଂରାଜି ଖବରକାଗଜରେ ପ୍ରକାଶ ପାଇଛି। ମାତ୍ର କରୀନା ଏ ସଂପର୍କରେ ତାଙ୍କ ଆଡୁ କୌଣସି ତଥ୍ୟ ଏଯାଏ ଦେଇନାହାନ୍ତି।
ନିକଟରେ କରୀନାଙ୍କୁ ଏକ ସାକ୍ଷାତ୍‌କାରରେ ଏ ସଂପର୍କରେ ଏକ ପ୍ରଶ୍ନ ପଚରାଯାଇଥିଲା। ସେହି ପ୍ରଶ୍ନର ଉତ୍ତରରେ କରୀନା ପ୍ରତ୍ୟେକ୍ଷରେ ଜଣାଇଥିଲେ ଯେ ଟେଲିଭିଜନ ସୋ’ରୁ ସେ ମୋଟା ଅଙ୍କର ପ୍ୟାକେଜ ନିଅନ୍ତି ବୋଲି। କରୀନା କହିଥିଲେ ଟେଲିଭିଜନରେ କାମ କରିବା ଖୁବ୍‌ କଷ୍ଟ କାମ। ଯଦି ଜଣେ ପୁରୁଷ ବିଚାରପତି ଉଚ୍ଚ ଧରଣର ଅର୍ଥ ରାଶି ନେଇପାରୁଛନ୍ତି ତେବେ ଜଣେ ମହିଳା କାହିଁକି ନୁହଁନ୍ତି?

Comments are closed.