OnaKhabar

ବାଙ୍କି ପ୍ରଗତି ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

38

କେନ୍ଦ୍ରାପଡା : ବାଙ୍କି ପ୍ରଗତି ପରିଷଦ ତରଫରୁ ବାଙ୍କି ବନବିଭାଗ ସହାୟତାରେ ଶ୍ରୀ ଶ୍ରୀ ସିଂହନାଥ ଦେବ ବିଦ୍ୟାପୀଠ, ପାଟପୁରା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଷଦ ସଭାପତି ଲୀଳମୋହନ ତ୍ରିପାଠୀଙ୍କ ଦକ୍ଷତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଫାର୍ମର୍୍ରେ ଏକ ସଂକ୍ଷିପ୍ତ ସଭା ମାଧ୍ୟମରେ ସଭାପତି, ପରିଷଦର ସାଧାରଣ ସମ୍ପାଦକ ନିମେଇଁ ଚରଣ ଦାଶ, ଯୁବନେତା ସଂଗ୍ରାମ ବିଭୂତି ରାୟ, ବାଙ୍କିର ବନର କ୍ଷକ ପ୍ରିୟଦର୍ଶନୀ ସେଠୀ, ପ୍ରଧାନଶିକ୍ଷକ ଚନ୍ଦ୍ର ଶେଖର ମହାପାତ୍ର ଓ ଓ ଅନ୍ୟ ଅତିଥିମାନେ ସେମାନଙ୍କ ଅଭିଭାଷଣ ରଖିଥିଲେ । ଉକ୍ତ ସଭାକୁ ପରିଷଦର ପ୍ରତିଷ୍ଠତା ସଭ୍ୟ କୃତ୍ତିବାସ ପଣ୍ଡା ପ୍ରଚାଳନା କରିଥିଲେ । ବିଦ୍ୟାଳୟ ପରିସର ପଣ୍ଡିତ ଗୋବିନ୍ଦ ରଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଁଳା, କୁଷଗୁଡା ଓ ଉପାଦେୟ ୫୦୦ ବୃକ୍ଷ ଚାରାରୋପଣ କରିଥିଲେ । ସ୍ଥନୀୟ ବିଶିଷ୍ଠ ସମାଜସେବୀ ରଞ୍ଜନ ସମାନ୍ତରାୟ, ଗୁଣନିଧି ମହାନ୍ତି, ଶରତଚନ୍ଦ୍ର ରଥ, ଚନ୍ଦ୍ରଶେଖର ମହାପାତ୍ର ଉକ୍ତ କାର୍ଯୟକ୍ରମରେ ସହେଯାଗ କରିଥିଲେ ।