OnaKhabar

ଏକତରଫା ପ୍ରେମ ପଡିଲା ମହଙ୍ଗା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ବେକ କାଟିଲା ପାଗଳ ପ୍ରେମିକ

114

ଯାଜପୁର: ରାଜ୍ୟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଏକ ତରଫ ପ୍ରେମକୁ ନେଇ ଜଣେ ଯୁବକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି | ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି ।
ସୂଚନାନୁସାରେ, ଯାଜପୁର ଜିଲ୍ଲାର ଜଣେ ଯୁବକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫ ପ୍ରେମ କରୁଥିଲେ । ଛାତ୍ରୀଜଣଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନିଜ ପ୍ରେମ ନିବେଦନ କରିଥିଲେ । ଛାତ୍ରୀ ଜଣକ ଯୁବକଙ୍କ କଥାରେ ରାଜି ନ ହୋଇନଥିଲେ । ଫଳରେ ଏକ ଧାରୁଆ ଅସ୍ତ୍ରରେ ଯୁବକଜଣକ ଛାତ୍ରୀଙ୍କ ବେକ କାଟି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଛାତ୍ରୀଜଣକ ଗୁରୁତର ହୋଇପଡ଼ିଥିଲେ । ସ୍ଥାୟୀୟ ଅଂଚଳରେ ଖବର ଜଣାପଡ଼ିବା ପରେ ଗୁରୁତର ଅବସ୍ଥାରେ ଛାତ୍ରୀଜଣଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ତେବେ ଯୁବକ ଏହି ସମସ୍ତ ଘଟଣାକୁ ନେଇ କିଛି ମୁହଁ ଖୋଲି ନଥିବାର ସୂଚନା ମି‌ିଳିଛି |

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ଛାତ୍ର ମୃତ୍ୟୁ,ଆଭିଯୋଗ ଆଣିଲେ ପରିବାର ଲୋକେ

 

Comments are closed.