OnaKhabar

କଷ୍ଟ ସହି ନପାରି ଆତ୍ମହତ୍ୟା କଲେ ୨୪ ବର୍ଷୀୟା ମହିଳା

66

ବୌଦ୍ଧ: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ରୋଗର କଷ୍ଟ ଓ ଶାଶୂଘର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ଜଣେ ମହିଳା ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଘିଆପଡ଼ା ଫାଣ୍ଡି ଲକ୍ଷ୍ମୀପଦର ଗାଁରେ ଘଟିଛି |
ମୃତ ମହିଳା ଜଣକ ସେହି ଗ୍ରାମର ୨୪ ବର୍ଷୀୟ ସବିତା ନାୟକ ବୋଲି ଜଣାପଡ଼ିଛି ।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇ ପଡ଼ିବା ପରେ ଘରଠାରୁ ଟିକେ ଦୂରରେ ଥିବା ଏକ ଗଛରେ ଦଉଡି ଦେଇ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ସବିତାଙ୍କ ବାପା ନୃସିଂହ ନାୟକଙ୍କ କହିବା ଅନୁସାରେ, ୪ ବର୍ଷ ହେବ ସେହି ଗ୍ରାମର ଜଣେ ଯୁବକକୁ ସବିତା ପ୍ରେମ ବିବାହ କରିଥିଲେ । ପରେ ଦେହ ଖରାପ ହେବାରୁ ଝିଅକୁ ଆଣି ଶାଶୁଘର ଲୋକ ବାପ ଘରେ ଛାଡ଼ି ଦେଇଥିଲେ । ଯେତେ ଚିକିତ୍ସା କଲେ ମଧ୍ୟ ସବିତାଙ୍କ ଦେହ ଭଲ ହେଉ ନଥିଲା । ଫଳରେ ଧୈର୍ଯ୍ୟ ହରା ହୋଇ ସବିତା ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ବଘିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।

 

Comments are closed.