OnaKhabar

ସାମ୍ବାଦିକଙ୍କୁ ଚାପୁଡା ମାରିବାକୁ ହାତ ଉଠାଇଲେ ଏସପି, ଭିଡିଓ ଭାଇରାଲ

2,753

କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ । ସାମ୍ବାଦିକମାନଙ୍କର ବି ଭିଡ ଜମିଥିଲା । ମୁଖୟମନ୍ତ୍ରୀଙ୍କ ଗସ୍ତର ରୋଡଶୋ କବର କରିବାକୁ ଯାଇଥିବା ସାମ୍ବାଦିକମାନେ ଉଦ୍ୟମ କଲା ବେଳେ କେନ୍ଦ୍ରାପଡା ଏସପି ଜଣେ ସାମ୍ବାଦିକଙ୍କୁ ଚାପୁଡା ମାରିବାକୁ ହାତ ଉଠାଇଥିଲେ । ଏସପି ଏହି ବ୍ୟବହାରକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏସପିଙ୍କର ଏପିର ବ୍ୟବହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।