OnaKhabar

କାଲି ଟାଣିଥିଲା , ଆଜି ମିଳିଲା

0 1,129

ଆଳି: ମଙ୍ଗଳବାର ଦିନ ବ୍ରାହ୍ମଣୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁବାସ ବରାଳଙ୍କୁ କୁମ୍ଭୀର ଟାଣି ନେଇଥିଲା । ଆଜି ତାଙ୍କର କ୍ଷତିବିକ୍ଷତ ମୃତଦେହ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ଆଳି ସାହୁପଡା ଗାଁର ସୁବାସ ବରାଳ ବିଲରେ କାମ ସାରି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ପାଣିରେ ପଶୁ ପଶୁ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ସୁବାଷଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ନଦୀରେ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଆଜି ତାଙ୍କର କ୍ଷତାକ୍ତ ମୃତଦେହ ରାଜନଗର ବେଲପାଳ ଗାଁ ନିକଟସ୍ଥ ନଦୀ ପଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ମୃତ ସୁବାସଙ୍କ ପରିବାର ଲୋକଙ୍କୁ ଖୁବ୍‌ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସାହୁପଡା ଗାଁ ଲୋକେ ଦାବି କରିଛନ୍ତି । ଏହି ଘଟଣା ପରେ ଆଳିର ନଦୀ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି ।

ଷ୍ଟେସନରୁ ଉଦ୍ଧାର ହେଲେ ୯ ଦାଦନ ଶ୍ରମିକ

 

Leave A Reply

Your email address will not be published.