OnaKhabar

ରାଜ୍ୟର ଭୀଷଣ ବଜ୍ରପାତ ସମ୍ଭାବନା, ସର୍ତକ କଲା ପାଣିପାଗ ବିଭାଗ

64

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି | ସକାଳୁ ଖରାର ତାଣ୍ଡବ ଦେଖିବାକୁ ମିଳୁଥିବା ବେଳେ ଅପରାହ୍ନରେ ଘଡଘଡିର ତାଣ୍ଡବ ଦେଖିବାକୁ ମିଳିଛି | ଘଡଘଡିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଜଣ ଗୁରୁତର ଆହତ ହୋିଛନ୍ତି | ରାଜ୍ୟର ଢେଙ୍କାନାଳ, ଅନୁଗୁଳ, ଗଜପତି ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ଭୀଷଣ ବଜ୍ରପାତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାର୍ମଶ ଦେଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, ଓ କଙ୍କଡ଼ାହାଡ଼ରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଆର୍‌.ଉଦୟଗିରି, ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି, କୁତ୍ରା, ବଡ଼ଗାଁ, ସୁକିନ୍ଦା, ହରିଚନ୍ଦନପୁର, ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ତାଳଚେର, କଣିହାଁ, ରିଆମାଳ, ତିଲେଇବଣି, ନାକଟିଦେଉଳ, ଓଡ଼ାପଡ଼ା, ପାତ୍ରପୁର ଓ ଚିକିଟିରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାର୍ମଶ ଦେଇଛି ।

ବଜ୍ରାଘାତରେ ୩ ମୃତ,ଜଣେ ଗୁରୁତର