OnaKhabar

ଭାରତର କୁଳଭୂଷଣ ବିଜୟ

79

ନୂଆଦିଲ୍ଲୀ: କୁଳଭୂଷଣ ମାମଲାରେ “ଆଇସିଜେ” ର ବଡ ଜୟ | କୁଳଭୂଶଣଙ୍କ ଫାଶି ଦଣ୍ଡ ଉପରେ କୋର୍ଟର ରହିତାଦେଶ ସୂଚନା ମିଳିଛି | କୁଳଭୂଷଣଙ୍କୁ ପାକିସ୍ତାନ ଫାଶି ଦେଇ ପାରିବନି ବୋଲି “ଆଇସିଜେ” ତରଫରୁ ପ୍ରକାଶିତ ହୋଇଛି | ଫାଶି ଦଣ୍ଡର ପୁନଃ ବିଚାର ପାଇଁ ପାକିସ୍ତାନକୁ “ଆଇସିଜେ” ନିର୍ଦ୍ଦେଶ ଦେଇଛି | ଭାରତକୁ ଆଇନଗତ ଲଢେଇ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି | କୁଳଭୂଷଣଙ୍କ ମାନବାଧିକାର ହନନ କରା ଯାଇଥିବା ଜଣା ପଡିଛି | “ଆଇସିଜେ” ର ମୋଟ 16 ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତ ସପକ୍ଷରେ 15 ଜଣ ରହିଥିବା ବେଳେ ଜଣେ ମାତ୍ର ସଦସ୍ୟ ପାକିସ୍ତାନ ସପକ୍ଷରେ ଥିବାର ସୂଚନା ମିଳିଛି | ପାକିସ୍ତାନ ଭିଏନା ଚୁକ୍ତିନାମାକୁ ଠିକ ଭାବେ ପାଳନ କରିନି ବୋଲି “ଆଇସିଜେ”ତରଫରୁ ପ୍ରକାଶ କରା ଯାଇଛି |