OnaKhabar

ରଥ ଯାତ୍ରାରେଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

13

• ୧.୨୫ ଲକ୍ଷରୁ ଅଧିକଭକ୍ତଙ୍କୁରନ୍ଧାଖାଦ୍ୟ ଯୋଗାଣ
• ଭକ୍ତମାନଙ୍କ ମଧ୍ୟରେ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ

ଭୂବନେଶ୍ୱର :  ପୁରୀରେ ଅନୁଷ୍ଠିତ ପବିତ୍ର ରଥଯାତ୍ରାରେଜିନ୍ଦଲଷ୍ଟିଲ୍ ଏଣ୍ଡ ପାୱାରଲିମିଟେଡ୍ (ଜେଏସପିଏଲ)ର କର୍ପୋରେଟ୍ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅନୁଷ୍ଠାନ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁରନ୍ଧାଖାଦ୍ୟ ବଣ୍ଟନ, ଥଣ୍ଡା ପାନୀୟଜଳଏବଂଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନସେବା ପ୍ରଦାନ କରାଯାଇଛି ।

ପୁରୀଜିଲ୍ଲା ପ୍ରଶାସନ ସହସମନ୍ୱୟରେ, ଜେଏସପିଏଲ୍ ଫାଉଣ୍ଡେସନ୍ ଏକ ଲକ୍ଷ ପଚିଶହଜାରରୁ ଅଧିକରନ୍ଧାଖାଦ୍ୟମିଲ୍ଏବଂ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ଭକ୍ତମାନଙ୍କୁଯୋଗାଇ ଦେଇଥିଲା ।  

ନେତ୍ରୋତ୍ସବ, ରଥ ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡାଏବଂସୁନାବେଶ ଦିନ ସହିତ ଅଧିକ ଦୁଇ ଦିନ (ଜୁଲାଇ ୬ ଓ ୭ ତାରିଖ) ଗୁଣ୍ଡିଚାମନ୍ଦିର ନିକଟରେ ଥିବାବସ୍ଷ୍ଟାଣ୍ଡଠାରେ ଏକ ଅସ୍ଥାୟୀଶିବିରରେଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁଏହିସେବାଯୋଗାଇ ଦିଆଯାଇଥିଲା । ଦେଶରବିଭିନ୍ନସ୍ଥାନରୁ ଆସିଥିବାଶ୍ରଦ୍ଧାଳୁମାନେ ପରିବେଷଣକରାଯାଉଥିବାହୋଇଥିବାଭାତ, ଡାଲ୍ମା ଓ ଖଟାଖାଇଥିଲେ । ଫାଉଣ୍ଡେସନ୍ରସହ ଅଧ୍ୟକ୍ଷାଶ୍ରୀମତିଶାଲୁଜିନ୍ଦଲଙ୍କତତ୍ତ୍ୱାବଧାନରେ ଅନୁଷ୍ଠିତଏହିସେବାକୁବିଭିନ୍ନଭକ୍ତମାନେପ୍ରଶଂସାକରିଥିଲେ ।
ଏହିସେବାସମ୍ପର୍କରେଶ୍ରୀମତିଶାଲୁଜିନ୍ଦଲକହିଥିଲେ ଯେ, “ଏହାସବୁ ପ୍ରଭୂଜଗନ୍ନାଥଙ୍କ ଇଚ୍ଛା, ଅମେକେବଳସେବକମାତ୍ର” ।
ଏହାବ୍ୟତୀତ, ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ ନିମନ୍ତେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ପୁରୀଜିଲ୍ଲାଗ୍ରାମ୍ୟଜଳଯୋଗାଣ ଓ ପରିମଳସଂସ୍ଥାକୁ ପ୍ରଦାନ କରାଯାଇଥିଲା ।
ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ନିୟୋଜିତ ୧୦୦୦ ଲିଟରକ୍ଷମତାବିଶିଷ୍ଟ ଏ ଭ୍ରାମ୍ୟମାଣଜଳଟ୍ୟାଙ୍କରରେଲୋକମାନଙ୍କୁ ଥଣ୍ଡା ପାନୀୟଜଳ ପ୍ରଦାନ କରାଯାଇଥିଲା ।ଏହାବଡଦାଣ୍ଡରେଭକ୍ତମାନଙ୍କୁ ନିରବଚ୍ଛିନ୍ନଭାବରେ୧୦ ଦିନ ଧରିପାନୀୟଜଳଯୋଗାଇ ଦେଇଥିଲା ।

Comments are closed.