OnaKhabar

ପ୍ରେମ ପାଇଁ ବିଷ ପାନ କରି ଯୁବକ-ଯୁବତୀ ଗୁରୁତର

54

ଭଦ୍ରକ: ପ୍ରେମ ପାଇଁ ବିଷପାନ କରିବା ପରେ ୨ ଜଣ ଯୁବକ-ଯୁବତୀଙ୍କୁ ବୁଧବାର ଭଦ୍ରକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲାର କୋରେଇ ଅଂଚଳରେ ରାଜ୍‌ ଖାନ ନାମକ ଜଣେ ଯୁବକଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ହେଲେ ତାଙ୍କର ଏ ପ୍ରେମକୁ ପରିବାର ଲୋକେ ଗ୍ରହଣ କରି ନଥିଲେ | ତେଣୁ ଉଭୟ କିଛି ଦିନ ହେବ ଫେରାର ହୋଇଯାଇ ଭଦ୍ରକ ଟାଉନ୍‌ ଥାନା ଅନ୍ତର୍ଗତ ନଙ୍ଗାମହଲା ଅଂଚଳରେ ରହୁଥିଲେ । ହେଲେ ଯୁବତୀଙ୍କର ପରିବାର ଲୋକେ କୌଣସି ସୂତ୍ରରୁ ସୂଚନା ପାଇଁ ଆଜି ନଙ୍ଗାମହଲା ପହଂଚିଥିଲେ । ପରିବାର ଲୋକେ ପୁଲିସ ସହାୟତାରେ ଯୁବତୀଙ୍କୁ ଘରକୁ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପ୍ରେମୀଯୁଗଳ ବିଷପାନ କରିଦେଇଥିଲେ । ବିଷପାନ କରିବା ପରେ ଉଭୟଙ୍କୁ ଭଦ୍ରକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ସେମାନଙ୍କ ଅବସ୍ଥା ଗୁରୁତର ଥିବାର ଜଣା ପଡିଛି |