OnaKhabar

ସାଇକେଲ ଆରୋହୀଙ୍କୁ ପିଟିଲା ଟ୍ରକ, ଜଣେ ମୃତ, ଜଣେ ଗୁରୁତର

79

ବଲାଙ୍ଗିର: ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଟ୍ରକ୍‌ ବ୍ରିଜ୍‌ ତଳକୁ ଖସିପଡ଼ିଛି । ଟ୍ରକ୍‌ ଧକ୍କାରେ ରତାଖଣ୍ଡି ଗ୍ରାମର ସୁବାଷ ଭୋଇଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ଅଛନ୍ତି । ଏପରି ଦୁର୍ଘଟଣା ଟିଟ୍‌ଲଶଗଡ଼ ରାସ୍ତାରେ ସିଙ୍ଗଖମନ ବ୍ରିଜ୍‌ ନିକଟରେ ଘଟିଛି | ଟ୍ରକ୍‌ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଲିକାଲ କଲେଜରେ ଭର୍ତ୍ତି କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ମୃତ ସୁବାଷଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସିଙ୍ଗଖମନ ଛକଠାରେ ରାସ୍ତରୋକ କରିଛନ୍ତି । ଫଳରେ ବଲାଙ୍ଗିରରୁ ଟିଟଲାଗଡ଼ ପଟକୁ ଗାଡ଼ି ଚଳାଚଳ ବନ୍ଦ ରହିଛି ।

ବିଧବାଙ୍କୁ ମାଡ ମାରିବା ସହ ଟଣାଓଟରା କରିଥିବା କନଷ୍ଟେବଳ ଗିରଫ