OnaKhabar

ଟ୍ରିପଲ ମର୍ଡର: ମାଷ୍ଟର ମାଇଣ୍ଡ ସମେତ ୬ ଜଣ ଗିରଫ

127

ଭୁବନେଶ୍ୱର: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ମାମଲାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଡିଜିପି ଆରପି ଶର୍ମା । ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର ଗୋଟିଏ ପରିବାରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା । ଏହି ତିନିଜଣ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆ ଛକକୁ ଆସିଥିଲେ । ଏହି ସମୟରେ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ଏହା ଅତ୍ୟନ୍ତ ଭୟଙ୍କର ଥିଲା । ଘଟଣାସ୍ଥଳରେ ହିଁ କୃଷ୍ଣ, ପଞ୍ଚୁ ଓ ପୂର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

https://www.onakhabar.com/2019/07/triple-murder-at-pattanaik-sahi/