OnaKhabar

ଏଟିଏମ୍‌ରୁ ଟଙ୍କା ହଡ଼ପ ପରେ ଯୁବକର ଆତ୍ମହତ୍ୟା ଉଦ୍ୟମ, ଲୁଟ୍‌ କରିଛି ୧ କୋଟି ୮୦ ଲକ୍ଷ

100

ଖୋର୍ଦ୍ଧା : ଏଟିଏମ୍‌ରୁ ଟଙ୍କା ହଡ଼ପ ପରେ ଯୁବକର ଆତ୍ମହତ୍ୟା ଉଦ୍ୟମ | ସେ ହେଉଛି ମୀନକେତନ ବେହେରା । ତା’ ଘର ପୁରୀ ନିମାପଡ଼ା ଅଂଚଳରେ । ତାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏଟିଏମ୍‌ ଟଙ୍କା ଲୁଟ କରିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସେପଟେ ପୋଲିସ ତା’ର ସମସ୍ତ ସମ୍ପତ୍ତିକୁ ଜବତ କରିଛି ।

ପୁରୀ ନିମାପଡ଼ା ମୀନକେତନ ଡକାୟତି କରି ନିଜର ଆଧିପତ୍ୟ ବଢ଼ାଇଛି । ସେ ସିକ୍ୟୁର ଭାଲ୍ୟୁ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କାମ କରେ । ତେବେ ଗତକାଲି ଏକ ଏଟିଏମ୍‌ରୁ ଟଙ୍କା ହଡ଼ପ କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ସେ ନିଜକୁ ଗୁଳି ମାରି ଦେଇଛି । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଜଟଣୀ ପୋଲିସ ମାମଲା ରୁଜୁ କରି ତାର ସମସ୍ତ ସମ୍ପତ୍ତିକୁ ଜବତ କରିଛି । ତାର ୩ଟି ଟ୍ରକ ଓ ୨ଟି କାର୍ ଜବତ କରାଯାଇଛି । ଏହା ସହିତ ୩ ବର୍ଷରେ ୧ କୋଟି ୮୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।