OnaKhabar

ବ୍ରଣ ଜନିତ ସମସ୍ୟାରୁ ଚିନ୍ତିତ ଅଛନ୍ତି କି? ଘରୋଇ ଉପାୟ ସାହାଯ୍ୟରେ ସହଜରେ ଏହାକୁ ଦୂର କରନ୍ତୁ

69

ଭୁବନେଶ୍ୱର(ଓଏନ୍ଏ): ଆଜିକାଲି ବ୍ରଣ ଉଠିବା ଏକ ସାଧାରଣ ସମସ୍ୟା ଭାବେ ଦେଖା ଦେଉଛି । ସାଧାରଣତଃ ତେଲିଆ ତ୍ୱଚାରେ ଅତ୍ୟଧିକ ବ୍ରଣ ଉଠିବାର ଦେଖା ଯାଇଥାଏ । କିଛି ଲୋକ ନଖ ଦ୍ୱାରା ବ୍ରଣକୁ ଫୁଟାଇ ଏହାକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତି । ହେଲେ ଏହା ଦ୍ୱାରା ବ୍ରଣ ନକମି ବରଂ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଥାଏ । ତେଣୁ ଯଦି ଗୋଟିଏ ରାତି ଭିତରେ ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଜାଣି ରଖନ୍ତୁ କଣ କରିବେ ……….

୧. ଟୁଥ୍ପେଷ୍ଟ: ପ୍ରଥମେ କିଛି ବରଫ ନେଇ ଏହାକୁ ବ୍ରଣ ହୋଇଥିବା ଜାଗାରେ ଲଗାନ୍ତୁ । କିଛି ସମୟ ଏପରି କରିବା ପରେ ଏକ ଶୁଖିଲା କପଡାରେ ମୁହଁକୁ ଭଲଭାବେ ପୋଛି ଦିଅନ୍ତୁ । ଏହାପରେ ବ୍ରଣ ଉପରେ ଅଳ୍ପ ପରିମାଣର ଟୁଥପେଷ୍ଟ ଲଗାଇ ୧୫ ରୁ ୨୦ ମିନିଟ ଛାଡି ଦିଅନ୍ତୁ । ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ ।

୨. ମହୁ ଓ ଡାଲିଚିନି: ଡାଲିଚିନି କୁ ଗୁଣ୍ଡ କରି ଏହାକୁ ମହୁ ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ । ଅଧଘଣ୍ଟା ଏହାକୁ ରଖି ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଗୋଟିଏ ରାତି ମଧ୍ୟରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ ।

୩. ଲବଙ୍ଗ ଏବଂ ରସୁଣ: ରାତିରେ ଲବଙ୍ଗ ଓ ରସୁଣର ପେଷ୍ଟ ତିଆରି କରି ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ରାତିସାରା ଛାଡି ଦିଅନ୍ତୁ । ସକାଳୁ ଉଠି ପରିଷ୍କାର ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ବ୍ରଣ ସମସ୍ୟା ଦୂର ହେବା ସହ ତ୍ୱଚା ଦାଗହୀନ ମଧ୍ୟ ହୋଇଥାଏ ।