OnaKhabar

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

0 43

କୋରାପୁଟ: ରୋଗୀ ବୋହିବା ଆମ୍ବୁଲାନ୍ସରେ ବୁହା ହେଉଛି ଗଞ୍ଜେଇ । କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳ ଗଞ୍ଜେଇ ବେପାରୀଙ୍କ ଆଡ୍ଡାସ୍ଥଳୀ ରୂପେ ପରିଣତ ହେବା ସହ ବାରମ୍ବାର ସେହି ଅଂଚଳରୁ ଗଞ୍ଜେଇ ଭରା ଟ୍ରକ ଓ କାର ଜବତ ହେଉଥିବା ବେଳେ ଏଥର ବାଦ ପଡ଼ିନି ଆମ୍ବୁଲାନ୍ସ । ଆଜି ଜୟପୁରରୁ ଏ ଆମ୍ବୁଲାନ୍ସ ସାହାଯ୍ୟରେ ଗଞ୍ଜେଇ ଚାଲାଣ କରା ଯାଉଥିବା ବେଳେ ପୁଲିସ ଏହାକୁ ଜବତ କରିଛି ।

ସୂଚନା ମୁତାବକ, ଆଜି ଗଞ୍ଜେଇ ଚାଳାଣ ହେଉଥିବାର ଖବର ପାଇ ପୁଲିସ ବିଭିନ୍ନ ଜାଗାରେ ଚଢାଉ ଆରମ୍ଭ କରିଥିଲା । ସେହି ସମୟରେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପାତ୍ରପୁଟ ନିକଟରୁ ଏକ ଆମ୍ବୁଲାନ୍ସରେ ଚାଲାଣ ହେଉଥିବା ୪୬୯କେଜି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୪ଜଣ ଅଭିଯୁୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେହିପରି ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ପୋଲିସ ଚଢାଉ କରିଥିଲା । ମୋଟ ୩ଟି ସ୍ଥାନରେ ଚଢାଉ କରି ପୋଲିସ ୬୬୦କେଜି ଗଞ୍ଜେଇ ଜବତ କରିଛି । ବାରମ୍ବାର ସେହି ଅଂଚଳରୁ ଗଞ୍ଜେଇ ଜବତ ହେଉଥିବାରୁ ଏହି ଚୋରାଚାଲାଣର ଲିଙ୍କ କେତେ ଦୂର ଲମ୍ବିଛି ସେନେଇ ପୋଲିସ ଛାନଭିନ କରୁଛି । ଏହା ସହ ଏହି ଗଞ୍ଜେଇ ଚାଲାଣ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଥିବାର ଜଣା ପଡିଛି ।

Leave A Reply

Your email address will not be published.