OnaKhabar

ପୁଣି ରାସ୍ତାକଡରୁ ଶିଶୁପୁତ୍ର ଉଦ୍ଧାର

0 10

ବୌଦ୍ଧ: ରାଜ୍ୟରେ ପୁଣି ଏକ ଅଭାନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି | ରାସ୍ତାକଡରୁ ପୁଣି ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି | ଏପରି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଦିଗିସିରା ନିକଟସ୍ଥ ରାସ୍ତାକଡ଼ରେ ଘଟିଛି | ରବିବାର ବିଳମ୍ବିତ ରାତ୍ରିରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା |
ସୂଚନା ଅନୁଯାୟୀ, ସ୍ଥାନୀୟ ଲୁଣିବାହାଲ ଗାଁର ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଛୁଆଟି ପଡ଼ିଥିବା ଦେଖିଥିଲେ । ସେ ତାକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏ ନେଇ ପୁରୁଣାକଟକ ପୁଲିସ୍‌କୁ ଖବର ଦିଆଯାଇଥିଲା । ପୁଲିସ୍‌ ଘଟଣାର ତଦନ୍ତ କରୁଛି । ଏହାସହ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

https://www.onakhabar.com/2019/07/son-killed-his-mother-2/

 

Leave A Reply

Your email address will not be published.