OnaKhabar

ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଟ୍ରୋଲିଂର ଶିକାର ହେଲେ ସିଦ୍ଧୁ

0 47

ମୁମ୍ବାଇ :ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଏବେ ଇସ୍ତଫା ଦେଇ ସାରିଛନ୍ତି । ଇସ୍ତଫା ଦେବା ପରେ ନିଜର ଇସ୍ତଫା ପତ୍ରକୁ ସେ ନିଜର ଶୋସିଆଲ ମିଡିଆ ଟ୍ବିଟର ମାଧ୍ୟମରେ ସେୟାର କରିଛନ୍ତି |

ଜୁନ୍‌ ୧୦ରେ ସେ ନିଜ ଇସ୍ତଫା ପତ୍ର ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ ବୋଲି ଜଣାଇଛନ୍ତି ଏବଂ ଦ୍ୱିତୀୟ ଟୁଇଟ୍‌ରେ ସେ ନିଜ ଇସ୍ତଫା ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପଠାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ଟୁଇଟ୍‌ରରେ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହେବା ସହ ତାଙ୍କୁ ଟ୍ରୋଲ ମଧ୍ୟ କରା ଯାଇଛି |

ରାଜନୀତିରୁ ଇସ୍ତଫା ଦେବା ପରେ ସେ ପୁଣି ଥରେ କପିଲ ଶର୍ମାଙ୍କ ସୋ’ରେ ସାମିଲ ହୋଇ ପାରନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ଏହାସହ କିଛି ଲୋକ, ସିଦ୍ଧୁ ଏବେ କମେଡି ନାଇଟ୍‌ ପାଇଁ ନିଜର ରିଜ୍ୟୁମ କପିଲଙ୍କୁ ପଠାଇବେ ବୋଲି ଲେଖି ଟ୍ରୋଲ କରିଥିବା ବେଳେ ଅନ୍ୟ କିଛି ଅର୍ଚ୍ଚନାଙ୍କ କ୍ୟାରିୟର ସଙ୍କଟରେ ବୋଲି ଲେଖିଛନ୍ତି ।

Leave A Reply

Your email address will not be published.