OnaKhabar

ବିଶ୍ୱକପ ଫାଇନାଲ: ପ୍ରଥମ ଥର ଟାଇ, ପ୍ରଥମ ଥର ସୁପର ଓଭର, ଅଧିକ ବାଉଣ୍ଡ୍ରି ମାରିଥିବାରୁ ଚାମ୍ପିଅନ ହେଲା ଲଣ୍ଡନ

559
ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ ୨୦୧୯ ଫାଇନାଲ ମ୍ୟାଚ ରୋମାଞ୍ଚକର ହୋଇଛି । ଲଣ୍ଡନର ଲଡର୍ସ ପଡ଼ିଆରେ ରବିବାର ଖେଳାଯାଇଥିବା ୫୦-୫୦ ଓଭର ମ୍ୟାଚ ବିଶ୍ୱକପ ଇତିହାସରେ ଟାଇ ହୋଇଛି । ସବୁଠାରୁ ସ୍ମରଣୀୟ ଘଟଣା ହେଲା ଯେ, ସୁପର ଓଭର ମଧ୍ୟ ଟାଇ ହେବା ପରେ ଇଂଲଣ୍ଡ ଅଧିକ ବାଉଣ୍ଡ୍ରି ମାରିଥିବାରୁ ତା’କୁ ଚାମ୍ପିଅନ ଘୋଷଣା କରାଯାଇଛି । ଦୁଇଟି ଯାକ ପର୍ମାଟ ଟାଇ ହେବା ପରେ ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିପରି କ୍ରୀଡ଼ାପେମୀ ମାନେ ଭାବି ପାରି ନଥିଲେ କିଏ ହେବ ଚମ୍ପିଅନ ।
ସୁପର ଓଭରରେ ଇଂଲଣ୍ଡ ଇନିଂସ (୧୫ ରନ), ବୋଲର ଥିଲେ ଟ୍ରେଣ୍ଟ ବୋଲ୍ଟ
ପ୍ରଥମ ବଲ: ବେନ ଷ୍ଟୋକ୍ସ ସର୍ଟ ଥାର୍ଡ ମ୍ୟାନ ଅଚଳକୁ ସର୍ଟ ଖେଳିଥିଲେ । ଏଥିରୁ ୩ ରନ ମିଳିଥିଲା ।
ଦ୍ୱିତୀୟ ବଲ: ଜୋସ ବଟଲର ମିଡଫିଲ୍ଡର ଅଂଚଳକୁ ବଲ ଗଡ଼ାଇଥିଲେ । ଏକ ରନ ହେଲା ।
ତୃତୀୟ ବଲ:ବେନ ଷ୍ଟୋକ୍ସ ଷ୍ଟାଇଲରେ ଖେଳିଥିଲେ । ୪ ରନ ମିଳିଥିଲା ।
ଚତୁର୍ଥ ବଲ: ୱାଇଡ ଫୁଲଟସ ବଲକୁ ଷ୍ଟୋକ୍ସ ଖେଳିଥିଲେ । ଗୋଟିଏ ରନ ପାଇଥିଲେ ।
ପଂଚମ ବଲ: ବଟଲର ଲଙ୍ଗଅଫକୁ ଖେଳିଥିଲେ । ୨ ରନ ମିଳିଥିଲା ।
ଷଷ୍ଠ ବଲ: ବଟଲର ନିମ୍ନ ଫୁଲଟସ ବଲ ମିଡଫିଲ୍ଡର ଆଡକୁ ଖେଳିଥିଲେ । ଏଥିରୁ ୪ ରନ ମିଳିଥିଲା ।
ସୁପର ଓଭରରେ ନ୍ୟୁଜିଲାଣ୍ଡ ଇନିଂସ (୧୫ ରନ), ବୋଲର ଥିଲେ ଜୋଫ୍ରା ଆର୍ଚ୍ଚର
ଜୋଫ୍ରା ଆର୍ଚ୍ଚରଙ୍କ ଦ୍ୱାରା ବଲ ୱାଇଡ ଥିଲା ।
ପ୍ରଥମ ବଲ: ଜେମ୍ସ ନୀଶମ ଲଙ୍ଗଅଫକୁ ଖେଳି ୨ ରନ କଲେ ।
ଦ୍ୱିତୀୟ ବଲ: ଜେମ୍ସ ନୀଶମ ମିଡୱିକେଟକୁ ଖେଳି ଛକା ମାରିଲେ ।
ତୃତୀୟ ବଲ: ଜେମ୍ସ ନୀଶମ ପୁଣି ମିଡୱିକେଟକୁ ଖେଳିଲେ । ଏଥିରୁ ୨ ରନ ହେଲା ।
ଚତୁର୍ଥ ବଲ: ଜେମ୍ସ ନୀଶମ ମିଡୱିକେଟକୁ ଖେଳି ୨ ରନ ନେଇଥିଲେ ।
ପଞ୍ଚମ ବଲ: ଜେମ୍ସ ନୀଶମ ପୁଲ କରିବାକୁ ଉଦ୍ୟମ କରିଥିଲେ । ଗୋଟିଏ ରନ ମିଳିଥିଲା ।
ଷଷ୍ଠ ବଲ: ମାର୍ଟିନ ଗୁପଟିଲ ସ୍ୱାୟାରକୁ ଖେଳିଥିଲେ । ଦ୍ୱିତୀୟ ରନ ନେବାକୁ ଉଦ୍ୟମ କରୁଥିବା ବେଳେ ରନ ଆଉଟ ହେଲେ ।