OnaKhabar

ପାଣିରେ ବୁଡ଼ି ହଷ୍ଟେଲ ଛାତ୍ର ମୃତ

37

ମାଲକାନଗିରି: ମାଲକାନଗିରି ସେବାଶ୍ରମ ବିଦ୍ୟାଳୟରେ ଘଟି ଯାଇଛି ଏକ ଦୁଃଖଦ ଘଟଣା | ଆଜି ସକାଳେ ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ରଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିବାର ଜଣା ପଡିଛି | ମୃତ ଛାତ୍ର ଜଣକ ହେଉଛନ୍ତି ପ୍ରଥମ ଶ୍ରେଣୀର ଛାତ୍ର ଅମିତ କାଲେକୁରା |
ସୂଚନା ମୁତାବକ, ଅମିତ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ ଓ ପାଣିରେ ବୁଡି ଯିବା ହେତୁ ତାଙ୍କର ମୃତ୍ୟୁ ଘଟିଥିଲା | ସେବାଶ୍ରମ କର୍ମଚାରୀଙ୍କ ଅବହେଳା କାରଣରୁ ହଷ୍ଟେଲ୍‌ରେ ରହୁଥିବା ଛାତ୍ର କେମିତି ପଦାକୁ ଯାଇଥିବା ଅଭିଯୋଗ କରି ଲୋକେ ଅସନ୍ତୋଷ ବ୍ୟକ୍ତ କରିବାରୁ ପରିସ୍ଥିତି କ୍ରମଶଃ ଉତ୍ତେଜକ ହେବାରେ ଲାଗିଛି । ପିଲାମାନେ ମଧ୍ୟ ସେବାଶ୍ରମ ଛାଡ଼ି ଚାଲି ଯାଉଛନ୍ତି । ଅମିତଙ୍କ ଶବକୁ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ଓ ମାଲକାନଗିରି ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି |

https://www.onakhabar.com/2019/07/rape-case-in-bamara/