OnaKhabar

ପୁଣି ଗୁଣିଗାରେଡିରେ ବଳି ପଡିଲା ଜୀବନ

0 0

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗାଁ ମୁଣ୍ଡା ସାହିରେ ଜଣେ ବୁଦ୍ଧଙ୍କୁ ହତ୍ୟା କରାଯାଇଛି । ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶନିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ପୁଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ପୁଲିସ୍‌ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।ସେହି ଗାଁର ୭ ଜଣ ବ୍ୟକ୍ତି ଦୀନବନ୍ଧୁଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗା ଓ କୁରାଢ଼ିରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଦୀନବନ୍ଧୁଙ୍କ ବୋହୂ କହିଛନ୍ତି,ଶନିବାର ରାତିରେ ୭ ଜଣ ବ୍ୟକ୍ତି ଘରେ ପଶି ମୋ ଶ୍ୱଶୁରକୁ ମାରିଦେଲେ। ସେମାନେ ସମସ୍ତେ ମଦ ପିଇଥିଲେ ।

https://www.onakhabar.com/2019/07/accident-at-karanjia/

 

Leave A Reply

Your email address will not be published.