OnaKhabar

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

0 2

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ରାଚିଂ- ବିଜୟୱାଡ଼ା ୧୫୭ନଂ ଜାତୀୟ ରାଜପଥର ଚାରିଛକ ଅଚଂଳର ଦିକସରା ନିକଟରୁ ଶନିବାର ବିଳମ୍ବିତ ରାତିରେ ଗୋଟିଏ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ରାସ୍ତାକଡ଼ରୁ ଗୋଟିଏ କଅଁଳପିଲାର କାନ୍ଦ ଶୁଣିଥିଲେ । ପିଲାଟିକୁ ଦେଖିବାପରେ ତାଙ୍କୁ ତୁରନ୍ତ ପୁରୁଣା କଟକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତରଖାନାରେ ଥିବା ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଠିକ ଥିବା କଥା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ । ଖବର ପାଇ ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଁଚିଂ ଥିଲେ । ନବଜାତ ପୁତ୍ରଟିକୁ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.