OnaKhabar

ପୁଲିସ-ନକ୍ସଲ ଗୁଳିବିନିମୟ, ଦୁଇ ନକ୍ସଲ ମୃତ

0 1

ଦନ୍ତେୱାଡା: ପୁଣି ମାତିଲେ ନକ୍ସଲ | ଛତିଶଗଡର ଦାନ୍ତେୱାଡାରେ ଦୁଇଜଣ ନକ୍ସଲ ପୁଲିସ୍ ଗୁଳିର ଶିକାର ହୋଇଛନ୍ତି । ମୃତ ଦୁଇ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ । ରବିବାର ସକାଳେ ଦାନ୍ତେୱାଡାରେ ଗୁମୀୟାପାଲ ନିକଟରେ ଏକ ଜଙ୍ଗଲରେ ପୁଲିସ୍ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାୟପୁରରୁ ପାଖାପାଖି ୪୦୦ କିଲୋମିଟର ଦୂରରେ ଏହି ଗାଁ ରହିଥିବା ବେଳେ ଏକ ଜିଲ୍ଲା ରିଜର୍ଭ ଗାର୍ଡ ଟିମ୍ ନକ୍ସଲ ବିରୋଧୀ ଅଭିଯାନ ପାଇଁ ବାହାରିଥିଲା । ଏହି ସମୟରେ ନକ୍ସଲମାନଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ କରାଯାଇଥିଲା । ଜବାବି ହମଲା କରି ରିଜର୍ଭ ଟିମ୍ ପକ୍ଷରୁ ଦୁଇଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ମୃତ ଦୁଇ ନକ୍ସଲଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦାନ୍ତେୱାଡାର ପୁଲିସ ଅଧିକ୍ଷକ ଅଭିଷେକ୍ ପଲ୍ଲବଙ୍କ କହିବା ଅନୁଯାୟୀ, ନକ୍ସଲଙ୍କ ସହ ହୋଇଥିବା ଗୁଳିମାଡରେ ଜବରଦସ୍ତ ଗୁଳିବର୍ଷଣ ହୋଇଥିଲା । ଏସପି ସୂଚନା ଦେଇ କହିଥିଲେ, ଗୁଳିମାଡ ହୋଇଥିବା ଅଞ୍ଚଳର ତଲାଶୀ ସମୟରେ ଦୁଇଜଣ ନକ୍ସଲଙ୍କ ମୃତଦେହ ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.