OnaKhabar

ସାଂସଦ ଅନୁଭବଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଥିବା ସାମ୍ବାଦିକାଙ୍କ ପୁରୀଘାଟ ଥାନା ସାମ୍ନାରେ ଧାରଣା

0 2

କଟକ : ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକ ଆଜି ପୁରୀଘାଟ ଥାନା ସାମ୍ନାରେ ଧାରଣା ଦେଇଛନ୍ତି । ଅଭିଯୋଗ କରିବାର ଏକ ମାସ ବିତି ଯାଇଥିଲେ ସୁଧା କୌଣସୀ କାର୍ଯ୍ୟାନୁଷ୍ଠାନ ହେଉନଥିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି ।
ପ୍ରାୟ ଏକ ମାସ ତଳେ ଜଣେ ମହିଳା ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଏବଂ ତାଙ୍କ ପତ୍ନୀ ଓ ଭାଇ ଅସଦାଚରଣ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଖୋଦ ସାମ୍ବାଦିକାଜଣଙ୍କ ଏହି ଅଭିଯୋଗ କରିବା ସହ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ କରିବ ବୋଲି କହିଥିଲା । କିନ୍ତୁ ଏଯାଏଁ ତଦନ୍ତ ଆଗକୁ ବଢୁ ନଥିବା ମହିଳାଜଣଙ୍କ କହିଥିଲେ । ଏପରିକି ସେ ଗତ ମାସରେ ନବୀନ ନିବାସ ଆଗରେ ଧାରଣା ମଧ୍ୟ ଦେଇଥିଲେ ।
ଆଜି ମହିଳାଜଣଙ୍କ ପୁରୀଘାଟ ଥାନା ସାମ୍ନାରେ ଧାରଣାରେ ବସି ରହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.