OnaKhabar

ବ୍ୟବସାୟୀଙ୍କୁ ଛୁରାମାଡ଼

0 0

ବୌଦ୍ଧ: ବୌଦ୍ଧରେ ଜଣେ ମୀନାବଜାର ମାଲିକଙ୍କୁ ୨୫ରୁ ୩୦ଜଣ ବ୍ୟକ୍ତି ମାଡ଼ ମାରିବା ସହ ପେଟରେ ଛୁରୀ ଭୁସି ତାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମାଲିକ ଜଣଙ୍କ ହେଉଛନ୍ତି ଅବଦୁଲ ମହସୀନ ଖାନ ।
ଘଟଣାରୁ ପ୍ରକାଶ, ଶନିବାର ବିଳମ୍ବିତ ରାତିରେ ଅବଦୁଲ ମୀନାବଜାର ହିସାବ ସାରି ଘରକୁ ଫେରୁଥିଲେ । ଏହି ସମୟରେ ଷ୍ଟାଡିୟମ ପଡ଼ିଆ ସାମ୍ନାରେ ସ୍ଥାନୀୟ ବାବୁଜି ନଗର ଠାରେ ୨୫ରୁ ୩୦ଜଣ ବ୍ୟକ୍ତି ତାଙ୍କୁ ପଛପଟୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଏହି ସମୟରେ କେହିଜଣେ ତାଙ୍କ ପେଟକୁ ଛୁରୀ ଭୁସି ଦେଇଥିଲା । ଏଥିସହ ସେମାନେ ଅବଦୁଲଙ୍କ ପାଖରେ ଥିବା ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ସ୍ଥାନୀୟ ଲୋକେ ଅବଦୁଲଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତଖାନାରେ ଭର୍ତି କରିଥିଲେ । ଏ ନେଇ ଟାଉନ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

https://www.onakhabar.com/2019/07/kendrapada-firing/

Leave A Reply

Your email address will not be published.