OnaKhabar

ସ୍ତ୍ରୀକୁ ଅତିନିର୍ମମ ଭାବେ ହତ୍ୟା କଲା ରାକ୍ଷସ ସ୍ୱାମୀ

0 0

ଭଦ୍ରକ: ରାଜ୍ୟରେ ପୁଣି ଏକ ଅଭାବନୀୟ କାଣ୍ଡ ଘଟିଥିବାର ସୂଚନା ମିଳିଛି | ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି କୁଳାଙ୍କାର ସ୍ୱାମୀ | ଏପରି ଅଭାନୀୟ କାଣ୍ଡ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ନପାଳ ପଞ୍ଚାୟତ ଦେଉପାଳଗାଁର ଜେନାସାହିରେ ଘଟିଛି | ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସାବିତ୍ରୀ ଜେନା । ସାବିତ୍ରୀଙ୍କ ତିନି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଏନେଇ ମୃତ ମହିଳାଙ୍କ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୁଲିସ୍‌ ସାବିତ୍ରୀଙ୍କ ସ୍ୱାମୀ ଭଗବାନ ସାହୁକୁ ଅଟକ ରଖିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଥାନାର ଅଭିଯୋଗ ହୋଇଛି ।

https://www.onakhabar.com/2019/07/old-man-killed-at-kendujhar/

 

Leave A Reply

Your email address will not be published.