OnaKhabar

ଓଜନ ହ୍ରାସ ଲାଗି ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଅଣ୍ଡା…..

0 2

ଭୁବନେଶ୍ୱର: ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ, ସ୍ୱାସ୍ଥ୍ୟକର ଫ୍ୟାଟ, ଭିଟାମିନ ଏବଂ ମିନେରାଲ୍ସ ରହିଥାଏ । ଏହା ଶରୀରକୁ ଶକ୍ତ ଦେବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରିବା ଦରକାର । କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଭରି ରହିଥାଏ । ଏହା ଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ
ଆସନ୍ତୁ ଜାଣିବା ସେ ବିଷୟରେ…..
* ଓଜନ କମ କରିବା ପାଇଁ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଅଣ୍ଡାରେ କମ କ୍ୟାଲୋରୀ ଥିବାରୁ ଆପଣ ଏହାକୁ ପ୍ରତିଦିନର ଖାଦ୍ୟରେ ଖାଇ ପାରିବେ । ଗୋଟିଏ ଅଣ୍ଡାରେ ମାତ୍ର ୭୮ କ୍ୟାଲୋରୀ ରହିବା ସହ ଅଧି ପୋଷକ ତତ୍ୱ ରହିଥାଏ । ଗୋଟିଏ ଦିନରେ ୨-୩ ଅଣ୍ଡା ଖାଇ ପାରିବେ ।
* ଏମିତି ଅନେକ ଖାଇବା ଜିନିଷ ରହିଛି, ଯାହାକୁ ଯେତେ ଖାେଇଲେ ବି ପେଟ ଭରି ନଥାଏ । କାରଣ ସେ ଖାଦ୍ୟରେ ପ୍ରୋଟିନର ମାତ୍ରା କମ ରହିଥାଏ । ଏଭଳି ପରିସ୍ଥିତରେ ଆପଣ ଅଣ୍ଡା ଖାଇ ପାରିବେ । ଯାହା ଦ୍ୱାରା ଆପଣଙ୍କ ପେଟ ଭରି ରହିବା ସହ ଓଜନ କମ ହେବ ।
* ଅଣ୍ଡା ଶରୀରର ମେଟାବେଲିଜିମକୁ କରିଥାଏ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦ କ୍ୟାଲୋରି କମ ହୋଇଥାଏ ।

Leave A Reply

Your email address will not be published.