OnaKhabar

ଘାଟି ତଳକୁ ଖସିଲା କାର,୫ ମୃତ

0 2

ଡେରାଡୁନ : ଘାଟି ତଳକୁ ଖସିଲା କାର,୫ ମୃତ ଘଟିଛି | ଘଟଣା ଘଟିଛି ଉତରାଖଣ୍ଡ ଡେରାଡୁନ କାଲସୀ-ଚକରତା ମୋଟର ମାର୍ଗରେ ଥିବା ଚାମଡ ଖୀଲ ନିକଟରେ | ଏକ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି । ଫଳରେ ଏଥିରେ ଥିବା ୫ଜଣଙ୍କର ମୃତ୍ୟୁ ଘଟିଛି ।
ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ସେମାନେ ମୃତଦେହକୁ ବାହାରକୁ ଆଣିବା କାମରେ ଲାଗିପଡିଛନ୍ତି । ଏବେ ସୁଧା ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ଏହି ଦୁର୍ଘଟଣା ଗତକାଲି ରାତିରେ ଘଟିଥିବା କୁହାଯାଉଛି । କିନ୍ତୁ ଆଜି ସକାଳେ ସ୍ଥାନୀୟ ଲୋକେ ଘାଟି ତଳେ ଏକ କାର ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଏବଂ ଏନଡିଆରଏଫ ଟିମ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.