OnaKhabar

ବନ୍ୟା ଓ ଭୂସ୍ଖଳନରେ ୪୩ ମୃତ, ୨୪ ନିଖୋଜ

0 0

କାଠମାଣ୍ଡୁ : ନେପାଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ୨୦ ଜଣ ଲୋକ ଆହତ ହୋଇଛନ୍ତି।
ବନ୍ୟା ଯୋଗୁ ନେପାଳର ଅଧିକାଂଶ ସ୍ଥାନ ଏବେ ଜଳମଗ୍ନ ହୋଇ ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ଗତ କିଛି ଦିନ ଧରି ଏଠାରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ବନ୍ୟା ଆସିଛି। ବନ୍ୟା ଜଳର କ୍ଷୀପ୍ର ପ୍ରବାହ ଯୋଗୁ ଅଧିକାଂଶ ସ୍ଥାନରେ ଭୂସ୍ଖଳନ ହୋଇଛି। ତେଣୁ ଅତି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାଯୋଗୁ ଦେଶର ସମସ୍ତ ପ୍ରମୁଖ ରାଜରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ୬୦୦୦ରୁ ଅଧିକ ଲୋକ ବାତ୍ୟା ଯୋଗୁ ସାଂଘାତିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଘରେ ପାଣି ପଶିଯାଇଛି।
ରାଜଧାନୀ କାଠମାଣ୍ଡୁର ବି କିଛି ଅଞ୍ଚଳରେ ବନ୍ୟାଜଳ ପଶିଛି। ଏଠାରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.