OnaKhabar

ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଗତ କାଲି ଶୃଙ୍ଖଳିତ ଭାବେ ବାହୁଡା ଯାତ୍ରା ଶେଷ ହେବା ପରେ ଆଜି ସୁନାବେଶକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି | ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ବାରରେ ପହଂଚିଛନ୍ତି ମହାପ୍ରଭୁ | ଆଜି ତ୍ରିମୁର୍ତି ଭକ୍ତମାନଙ୍କୁ ରଥ ଉପରେ ବିରାଜମାନ ଥାଇ ସୁନାବେଶରେ ଦର୍ଶନ ଦେବେ |ଏହା ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଚାଲିବ |
ଶ୍ରୀଜିଉମାନଙ୍କୁ ସୁନାବେଶରେ ଦେଖିବା ପାଇଁ ପୁରୀରେ ଜନ ଗହଳି ଆରମ୍ଭ ହୋଇଯାଇଛି । ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିବା ଅନେକ ଭକ୍ତ ସୁନାବେଶ ଦେଖିବା ପରେ ନିଜ ନିଜ ଘରକୁ ଫେରିବାକୁ ଇଚ୍ଛା ରଖିଛନ୍ତି । ଆଜି ସୁନାବେଶ ଶେଷ ହେବା ପରେ ରବିବାର ରଥ ଉପରେ ଅଧରପଣା ନୀତି ହେବ । ଶେଷରେ ସୋମବାର ଶ୍ରୀଜିଉମାନଙ୍କୁ ରତ୍ନବେଦୀରେ ବିରାଜମାନ କରିବେ । ବାହୁଡ଼ା ଯାତ୍ରା ଅବସରରେ ଶୁକ୍ରବାର ବିନା କୌଣସି ସମସ୍ୟାରେ ତାଳଧ୍ୱଜରେ ବଳଭଦ୍ର, ଦର୍ପଦଳନରେ ସୁଭଦ୍ରା ଓ ନନ୍ଦିଘୋଷରେ କାଳିଆ ଠାକୁର ଶରଧାବାଲି ଠାରୁ ସିଂହଦ୍ୱାରରେ ପହଂଚିଥିଲେ । ପାଗ ଅନୁକୂଳ ଥିବାରୁ ବାହୁଯା ଯାତ୍ରା ଅବସରରେ ଭକ୍ତମାନେ ତିନି ରଥ ଗୁଡ଼ିକୁ ସୂର୍ଯ୍ୟାସ୍ତ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ପହଂଚାଇ ପାରିଥିଲେ ।