OnaKhabar

ମା ସାଜିଲା ରାକ୍ଷସୀ

41

କନ୍ନୌଜ : ଡାକ୍ତର ପୁଅକୁ ଔଷଧ ନଦେବାରୁ ଜଣେ ମା ନିଜର ସାତ ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଲାଇ ଦେଇଛି | ଏଭଳି ମର୍ମନ୍ତୁଦ ଘଟଣା ଘଟିଛି କନ୍ନୌଜ ଅଂଚଳରେ | ନିଜର ଚାରି ବର୍ଷର ଝିଅର ଉପସ୍ଥିତିରେ ମହିଳା ଜଣକ ଏପରି କରିଥିବାର ଜଣା ପଡିଛି |ମହିଳାଙ୍କ ନାମ ହେଉଛି ରୁଖସାର୍ |

ସୂଚନା ଅନୁଯାୟୀ, ରୁଖ୍‌ସାର ନିଜ ଶାଶୁ ଏବଂ ପିଲାମାନଙ୍କ ସହ ରହୁଥିଲେ । ତାଙ୍କ ସ୍ୱାମୀ ଶାହିଦ୍‌ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ତାଙ୍କର ୭ବର୍ଷର ପୁଅ ଗତ ୩ଦିନ ହେଲା ଜ୍ୱରରେ ପୀଡ଼ିତ ଥିଲା | ଶନିବାର ରୁଖ୍‌ସାର ନିଜ ପୁଅକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ପୂର୍ବରୁ ଟଙ୍କା ବାକି ଥିବାରୁ ଡାକ୍ତର ଔଷଧ ଦେବାକୁ ମନା କରି ଦେଇଥିଲେ । ଯାହା ପରେ ରୁଖ୍‌ସାର ଘରକୁ ଫେରି ରାଗରେ ଜର୍ଜର ହୋଇ ନିଜ ପୁଅକୁ ହତ୍ୟା କରିଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ତରଫରୁ ପ୍ରକାଶିତ ।