OnaKhabar

ଚେକିଂ ନାଁରେ ମଝି ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍

0 35

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଚେକିଂ ନାଁରେ ମଝି ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟ୍‌ର ପୂରା ଦୃଶ୍ୟ କଏଦ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ମାଉସୀମା’ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ଘରକୁ ଫେରୁଥିଲା ସମୟରେ ରାସ୍ତାରେ ତିନିଜଣ ଯୁବକ ହଠାତ୍‌ ତାଙ୍କୁ ଅଟକାଇ ଉପରୁ ଅର୍ଡର ଆସିଛି କହି ସେମାନେ ତାଙ୍କୁ ସମସ୍ତ ସୁନା ଗହଣା ଖୋଲି ଦେବାକୁ କହିଥିଲେ । ମହିଳା ଜଣଙ୍କ ପ୍ରଥମେ ବହୁତ ମନା କରିଥିଲେ ହେଲେ ବାରମ୍ବାର ଯୁବକମାନେ ତାଙ୍କୁ ଏନେଇ ବାଧ୍ୟ କରିବା ସହିତ ମାଡ ମାରିବାକୁ ଧମକ ଦେବା ପରେ ସେ ଅସହାୟ ହୋଇ ପିନ୍ଧିଥିବା ସୁନା ଗହଣା ସବୁ ଖୋଲି ଏକ ପଲିଥିନ୍‌ରେ ରଖିଥିଲେ । ଏହାପରେ ଉକ୍ତ ତିନି ଯୁବକ ସେହି ସୁନା ଗହଣା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସଙ୍ଗେସଙ୍ଗେ ନିକଟରେ ଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.