OnaKhabar

ବିବାଦକୁ ବଢାଇଲେ କଙ୍ଗନା

0 10

ମୁମ୍ବାଇ :ଗତ କିଛି ଦିନ ହେଲା ଫିଲ୍ମ ଜଜ୍ମେନ୍ଟାଲହେକ୍ୟା ର ଏକ ସଙ୍ଗ ଲନ୍ଚ ହେବାର ଅବସରରେ ସାମ୍ବାଦିକଙ୍କସହ ଝଗଡାକୁନେଇ ବେଶ୍ ଚର୍ଚା ରେ ଅଛନ୍ତି କଙ୍ଗନା । ଏହି ଯୁକ୍ତିତର୍କ ହେବାସମୟରେ ସେଠାରେ ପ୍ରଜୋଯକ ଏକତାକପୁର ମଧ୍ୟ ଉପସ୍ଥିତ ଥିଲେ । ପରେ ସାମ୍ବାଦିକମାନେ କଙ୍ଗନାଙ୍କୁ କ୍ଷମା ମାଗିବାକୁ କହିବାସହ ଫିଲ୍ମକୁ ବୟକଟ୍ କରିବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ପିଲ୍ମ ଉପରେ  କୌଣସି ପ୍ରଭାବ ଯେପରି ନପଡୁ ସେବିଷୟରେ ଚିନ୍ତାକରି ଏକତାକପୁର ନିଜ ଶୋସେଆଲ ମିଡିଆ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ ।
ହେଲେ ମାମଲାଏତିକିରେ ଥମି ନଥିଲା । ଗତ କାଲିକଙ୍ଗନାଙ୍କର ଏକ ଭିଡିଓ ଶୋସିଆଲ ମିଡିଆରେଭାଇରାଲ ହୋଇଛି । ଏଥିରେ ସେ ହାତଯୋଡି କିଛି କହୁଛନ୍ତି , ହେଲେ ତାହା କ୍ଷମା ପ୍ରାର୍ଥନା ନୁହେଁ । ଭିଡିଓର ଆରମ୍ଭରେ ସେକହିଛନ୍ତି ସବୁଜାଗାରେ କିଛି ଭଲ ଲେ|କର ହିଥିବାବେଳେ କିଛି ଖରାପ ଲୋକ ମଧ୍ୟ ଥାଆନ୍ତି । ମିଡିଆବନ୍ଧୁମାନଙ୍କରବହୁତ ପ୍ରଶଂସା କରିଛନ୍ତି ଏବଂ ତାଙ୍କସଫଳତା ପଛରେ ମିଡିଆର ବହୁତ ହାତ ଅଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଏହା ପରେ ସେକହିଛନ୍ତି ତାଙ୍କୁବ୍ୟା ନ କରିବା ପାଇଁଏମିଡିଆଯେଉଁ ଧମକ ଦେଇଛି ତାହା କାୟମ ରହୁ । କାରଣ କେବଳ ମିଡିଆ ପାଇଁ ଯଦି ତାଙ୍କୁସଫଳତା ମିଳିଥାନ୍ତା ତେବେ ସେ ଆଜି ଦେଶର ହାୟେଷ୍ଟପେଡ୍ ଓ ଟପ୍ମୋଷ୍ଟ ଅଭିନେତ୍ରୀ ହୋଇ ନଥାନ୍ତେ । ମିଡିଆ ଉପରେ ରାଗ ସୁଝାଇବାକୁ ଯାଇ କଙ୍ଗନାକହିଛନ୍ତି ମିଡିଆ ସବୁବେଳେମିଥ୍ୟା କଥା ପ୍ରଚାର କରୁଥିବାବେଳେଏମାନଙ୍କୁ ଦଣ୍ଡିତ କରିବାକୁସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ଯଦି ଏମାନେ ନିରପେକ୍ଷହୋଇଥାନ୍ତେ ତେବେ ଧାର୍ମିକ ଭ|ବନାନେଇ ଦେଶର ନିରପେକ୍ଷତା ଉପରେ ପ୍ରହାର କରୁନଥାନ୍ତେ । କଙ୍ଗନା କହିଛନ୍ତି ମତେ ବ୍ୟାନ କରିବା ସଂସ୍ଥା ମାତ୍ର ଦୁଇ ଦିନ ଆଗରୁ ଗଠିତ ହୋଇଛି । ଯାହାକୁ କୌଣସି ମାନ୍ୟତା ମିଳିନାହିଁ । ଏହାପରେ କହିଛନ୍ତି ଯେ ସାମ୍ବାଦିକମାନେ ଏତେ ସସ୍ତା ସେମାନଙ୍କୁ ୫୦ ରୁ ୧୦୦ ଟଙ୍କାରେ କିଣା ଯାଇ ପାରିବ । ଏପରିସମ୍ବାଦିକଙ୍କ ଶିକ୍ଷାଗତ ଯୋଗ୍ୟତ। ଦଶମ ଶ୍ରେଣୀରୁ ବି କମ୍ । ଏପରି ଭାବେ ମିଡିଆ ଉପରେ ବର୍ଷିଛନ୍ତ କଙ୍ଗନା ।

Leave A Reply

Your email address will not be published.