OnaKhabar

ଜ୍ୱାଇଁ ଙ୍କୁ ହତ୍ୟା କରିବା ପରେ ଥାନାରେ ଏତାଲା

0 8

ବରୀ :ଏପରି ବର୍ବର କାଣ୍ଡ ଘଟିଛି ଯାଜପୁରର ବରୀ ଥାନା ଅନ୍ତର୍ଗତ ଅନ୍ୟାସୀପୁର ଗ୍ରାମରେ | ଶ୍ବଶୁର ଘର ଲୋକେ ଜ୍ବାଇଁଙ୍କୁ ପିଟିପିଟି ମାରିଦେଇଛନ୍ତି ଓ ଏହାପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି |

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର ଗ୍ରାମର ଗୋଲଖ ସେଠୀଙ୍କ ପୁତ୍ର ସନ୍ତୋଷ ସେଠୀ(୨୫) ୨୦୧୮ ମସିହାରେ ବରୀ ଥାନା ଅନ୍ୟାସୀପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଝିଅ ଅନିତା ସେଠୀଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପର୍ଯ୍ୟନ୍ତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ୍‌ ଥିଲା । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଝଗଡାଝାଟି ଲାଗି ରହିଥିଲା | ଫଳରେ ଅନିତା ଦୀର୍ଘ ୮ମାସ ହେବ ଆସି ବାପଘରେ ରହୁଥିଲେ । ଗୁରୁବାର ରାତିରେ ସନ୍ତୋଷ ସ୍ତ୍ରୀ ଅନିତାଙ୍କୁ ନେବା ପାଇଁ ଅନ୍ୟାସୀପୁର ଆସିଥିଲେ । ମାତ୍ର, ଶ୍ବଶୁର ଘର ଲୋକେ ସନ୍ତୋଷଙ୍କୁ ଦୁର୍ବ୍ୟବହାର କରିବୀ ସହ ନୃସଂଶ ଭାବେ ପିଟି ପିଟି ତାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଘର ପାଖରେ ଥିବା ଏକ ନଦୀବନ୍ଧରେ ଘୋ‌ଷାରି ଘୋଷାରି ନେଇ ବନ୍ଧ ତଳକୁ ଗଡ଼ାଇ ଦେଇଥିଲେ ଓ ପରେ ଦୁର୍ଘଟଣାରୁ ଜ୍ବାଇଁର ମୃତ୍ୟୁ ଘଟିଛି ବୋଲି ଥାନାରେ ଏତାଲା ଦେଇଥିଲେ | ବିଳମ୍ବିତ ରାତିରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣା ପଡିଥିଲା | ପରେ ପୁଲିସ୍‌ ଶ୍ବଶୁର ସୁରେନ୍ଦ୍ର ‌ସେଠୀ, ଶାଶୂ ଜଞ୍ଜାଳୀ ସେଠୀ, ଶାଳକ ବଳରାମ ସେଠୀଙ୍କ ସହିତ ସେହି ଗ୍ରାମର ଅନ୍ୟତମ ପ୍ରମୁଖ ସହଯୋଗୀ କାର୍ତ୍ତିକ୍ ଜେନା କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.