OnaKhabar

ପ୍ରଥମଦିନରେ ୧୨ କୋଟି ଆୟ କରି ବାଜି ମାରିଲା ହ୍ରିତିକ ରୋଶନଙ୍କ ‘ସୁପର-୩୦’

65

ମୁମ୍ବାଇ: ବଲିଉଡର ଗ୍ରୀକି ଗଡ୍ ହ୍ରିତିକ ରୋଶନଙ୍କ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’ ଗତକାଲି ରିଲିଜ୍ ହୋଇ ସାରିଛି । ପ୍ରଥମ ଦିନରେ ହିଁ ବିପୁଳ ପରିମାଣରେ ଦର୍ଶକ ଏହାକୁ ପସନ୍ଦ କରିଥିବା ବେଳେ ଏହାକୁ ଭଲ ସଫଲତା ମଧ୍ୟ ମିଳିଥିବାର ଖବର ଆସିଛି | ପ୍ରଥମ ଦିନରେ ‘ସୁପର-୩୦’ ୧୨ କୋଟି ଟଙ୍କାର ଆୟ କରିଥିବାର ଜଣା ପଡିଛି |

ଫିଲ୍ମର ବଜେଟ୍ ୮୫ କୋଟି ଟଙ୍କା ହୋଇଥିବା ବେଳେ ପ୍ରଥମ ସପ୍ତାହରେ ହିଁ ଏହା ଅଧିକ ବ୍ୟବସାୟ କରିବ ବୋଲି ଆକଳନ କରାଯାଉଛି | ଫିଲ୍ମ ‘ସୁପର-୩୦’ର କାହାଣୀ ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଓ ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି । ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମେ ‘ସୁପର-୩୦’ରେ ଅକ୍ଷୟ କୁମାରଙ୍କୁ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା ହେଲେ ଶେଷରେ ରିତିକ ରୋଶନ୍ ଫାଇନାଲ ହୋଇଥିଲେ ।