OnaKhabar

ମୃତ୍ୟୁକୁ ନେଇ ଖୋଲିଲା ଗୁମର, ଶ୍ରୀଦେବାଙ୍କୁ କରାଯାଇଥିଲା ହତ୍ୟା

0 11

ନୂଆଦିଲ୍ଲୀ: ଧିରେ ଧିରେ ଖୋଲୁଛି ଗୁମର | ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରି ସାରିଥିବା ବେଳେ ଆଜି ତାଙ୍କର ମୃତ୍ୟୁର ଗୁମର ଖୋଲିଛି | ଦୁବାଇରେ ୨୦୧୮ ଫେବୃଆରୀ ୨୪ରେ ବାଥ୍‌ଟବରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଶ୍ରୀଦେବା ଏକ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଅଧିକ ମଦ ପିଇ ଦେଇଥିଲେ । ଯାହା ଫଳରେ ସେ ଅଜାଣତରେ ବାଥ୍‌ଟବରେ ପଡ଼ିଯିବା ସହ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ ବର୍ଷକ ପରେ କେରଳର ଡିଜିପି ରିଶିରାଜ ସିଂହଙ୍କ ବୟାନ ମାମଲାକୁ ଏକ ନୂଆ ମୋଡ଼ ଦେଇଛି । କେରଳର ଏକ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
ତାଙ୍କ କହିବାନୁଯାୟୀ, ମୋର ବନ୍ଧୁ ତଥା ଦିବଂଗତ ଫରେନ୍ସିକ ଏକ୍ସପର୍ଟ ଡ଼ାକ୍ତର ଉମାଦଥନ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶବ ବେବଚ୍ଛେଦ କରିଥିଲେ । ସେ ସମୟରେ ମୁଁ ତାଙ୍କୁ କାରଣ ଜାଣିବା ପାଇଁ ଏହା ହତ୍ୟା ନା ଦୁର୍ଘଟଣା ବୋଲି ପଚାରିଥିଲି । ସେ ମୋତେ ଏହା ହତ୍ୟା ହୋଇପାରେ । କାରଣ ଦୁର୍ଘଟଣାର କୌଣସି ସଙ୍କେତ ଜଣା ପଡ଼ୁନାହିଁ ବୋଲି କହିଥିଲେ । ଏଭଳି ଦାବି କରିବା ସହ ସେ ମୋତେ ଦାବି ପଛର କାରଣ ମଧ୍ୟ ଜଣାଇଥିଲେ । ଯେତେ ମଦ ପିଇଥିଲେ ମଧ୍ୟ ଗୋଟେ ଫୁଟ ଗଭୀର ଜଳରେ କେହି ବୁଡ଼ି ମୃତ୍ୟୁବରଣ କରି ପାରିବ ନାହିଁ । ଯଦି କେହି ତାଙ୍କର ଦୁଇ ଗୋଡ଼ ଧରି ମୁହଁକୁ ବାଥ୍‌ଟବରେ ବୁଡ଼ାଇ ଥିବା, ତେବେ ଯାଇ ଜଣେ ମୃତ୍ୟୁବରଣ କରି ପାରିବ ବୋଲି ସେ ମୋତେ ଜଣାଇଥିଲେ । କିନ୍ତୁ ଆଜି ସେ ଏହାକୁ କହିବା ପାଇଁ ଦୁନିଆରେ ନାହାନ୍ତି ।

Leave A Reply

Your email address will not be published.