OnaKhabar

ହାତୀ ଆକ୍ରମଣରେ ଚାରି ମୃତ, ଚେଇଁ ଶୋଇଛି ପ୍ରଶାସନ

37

କେନ୍ଦୁଝର: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ଘଟିଥିବାର ସୂଚନା ମିଳିଛି | ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳି ଗାଁରେ ଘଟିଛି | ମୃତକ ଜଣଙ୍କ ହେଲେ ସମ୍ପୃକ୍ତ ଗାଁର ୪୫ ବର୍ଷୀୟ ଭରତ ନାଏକ ।
ସୂଚନାନୁଯାୟୀ, ଗୁରୁବାର ରାତି ୧୧ଟା ସମୟରେ ଭରତ ଭୋଜି ଖାଇ ଘରକୁ ଫେରୁଥିଲେ । ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ତାଙ୍କୁ ନେଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଉଲ୍ଲେଖନୀୟ, ଭରତଙ୍କୁ ମିଶାଇ ଜିଲ୍ଲାରେ ଗତ ୪ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି । ଗତ ସୋମବାର ରାତିରେ ବାଉଁଶପାଳ ବ୍ଳକ୍‌ ଦଅଁଳାହତା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଗତ ବୁଧବାର ରାତିରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ସେକ୍ସନ୍‌ର ମଲଦା ଗାଁରେ ଦନ୍ତା ଆକ୍ରମଣରେ ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା ।