OnaKhabar

ସୁରକ୍ଷାବଳୟଙ୍କ ଗୁଳିରେ ଦୁଇ ନକ୍ସଲ ନିହତ

0 0

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ହକ୍ ଫୋର୍ସକୁ ମିଳିଛି ବଡ ସଫଳତା। ବାଲାକୋଟ ଜିଲ୍ଲାରେ ଏକ ଏନକାଉଣ୍ଟରରେ ଦୁଇଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଛି ହକ୍ ଫୋର୍ସ। ସବୁଠାରୁ ବଡ କଥା ହେଉଛି ଏହି ଦୁଇ ନକ୍ସଲଙ୍କ ଉପରେ ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏହି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ହୋଇଥିବା ଦୁଇ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି। ମୃତ ଦୁଇ ନକ୍ସଲ ଟାଣ୍ଡା ଏରିଆ କମିଟିର ସଦସ୍ୟ ଥିଲେ। ପ୍ରଶାସନ ପକ୍ଷରୁ ଏହି ଦୁଇ ନକ୍ସଲଙ୍କ ଉପରେ ୧୪-୧୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଡିଜିପି ବିଜୟ କୁମାର ସିଂହ କହିଛନ୍ତି ଯେ, ବାଲାକୋଟର ଲାଞ୍ଜି ଅଞ୍ଚଳ ନେବରବାହୀ ଗାଁର ପୂଜାରୀ ଟୋଲା ଠାରେ ଏହି ଏନକାଉଣ୍ଟର ହୋଇଥିଲା। ଗୋଟିଏ ଘରେ ବସି ନକ୍ସଲ ରଣନୀତି ପ୍ରସ୍ତୁତ କରୁଥିଲେ, ସେ ସମୟରେ ସୁରକ୍ଷାବଳ ପକ୍ଷରୁ ଘରକୁ ଘେରି ଦିଆଯାଇଥିଲା।

Leave A Reply

Your email address will not be published.