OnaKhabar

ନଦୀରେ ଭାସିଗଲେ ଦଶମ ଶ୍ରେଣୀର ଛାତ୍ର, ଜଣେ ନିଖୋଜ ଓ ଦୁଇ ଉଦ୍ଧାର

0 15

ସାଲେପୁର: ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ସାମନାୁ ଆସିଛି | ଜଣେ ଛାତ୍ର ନଦୀରେ ବୁଡା ଯ଼ାଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ସାଲେପୁର ଚିତ୍ରୋତ୍ପଳା ନଦୀରେ ଘଟିଛି | ଦଶମ ଶ୍ରେଣୀର ତିନି ଛାତ୍ର ନଦୀରେ ଗାଧୋଉଥିବା ବେଳେ ହଠାତ ନଦୀରେ ବୁଡି ଯାଇଥିଲେ | ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡିଛି | ସେମାନେ ଜନାର୍ଦ୍ଦନପୁରରେ ଏକ ବାହାଘର ଭୋଜିରେ ଯୋଗଦେବାକୁ ଆସି ଏଭଳି ଅଘଟଣର ଶିକାର ହୋଇଛନ୍ତି । ଛାତ୍ରମାନେ ନେମାଳ ଥାନା ଜନାର୍ଦ୍ଦନପୁର ଶନିଶ୍ଚର ଘାଟ ପାଖ ନଦୀରେ ଗାଧୋଉଥିଲେ । ଏହି ସମୟରେ ଗୋଡ ଖସିବାରୁ ସେମାନେ ନଦୀରେ ବୁଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଏଯାଏଁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି |

https://www.onakhabar.com/2019/07/son-axes-father-over-family-dispute/

 

Leave A Reply

Your email address will not be published.