OnaKhabar

ବାହାବେଦୀ ପରିବର୍ତେ କୋକେଇ

0 0

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ବିବାହର ବାଜାବାଣ ଓ ବରଯାତ୍ରୀ ନେଇ ବିବାହ ବେଦୀକୁ ଯିବା ବଦଳରେ କୋକେଇରେ ହେଲା ଶେଷ ଯାତ୍ରା । ବିବାହ ପରି ପବିତ୍ର ବନ୍ଧନର ମାହେଲ ରେ ଖେଳି ଗଲା ଶୋକର ଛାୟା । ବାହାବେଦୀରେ ବସିବା ପୂର୍ବରୁ ଚାଲିଗଲା ଜୀବନ ।
ସୂଚନା ଅନୁଯାୟୀ , କେନ୍ଦୁଆ ଗାଁର ଲୋକନାଥ ମହାନ୍ତିଙ୍କର ଆଜି ବାହାଘର ଥିଲା । ଗତ କାଲି ରାତିରେ ଲୋକନାଥ ନିଜର ବନ୍ଧୁମାନଙ୍କ ସହ ମିଶି ଭୋଜିଭାତ କରି ବିଳମ୍ବିତ ରାତ୍ରିରେ ଖାଇସାରି ଶୋଇଥିଲେ । ଆଜି ଭୋରୁ ଉଠି ଟେଣ୍ଟର ଲାଇଟ ବନ୍ଦ କରିବା ସମୟରେ ବିଦ୍ୟୁତ ସଂଶ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି ।ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.