OnaKhabar

ଲଜ୍ଜ୍ୟା: ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ କଲେ ସରପଞ୍ଚଙ୍କ ସ୍ୱାମୀ

0 0

ରାଉରକେଲା: ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ ଘଟଣା ଘଟିଥିବାର ସୂଚନା ମିଳିଛି | ଚାଉଳ ଦେବା ନାଁରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ଇସ୍ପାତନଗରୀ ରାଉରକେଲା ଝିରପାଣି ପଞ୍ଚାୟତରେ ଘଟିଛି | ତେବେ ଏପରି ନିନ୍ଦନୀୟ ଘଟଣା କୌଣସି ସାଧାରଣ ଯୁବକ ନୁହେଁ ବରଂ ଜଣେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମିଶି କରିଥିବା ସୂଚନା ମିଳିଛି |
ସୂଚନା ଅନୁଯାୟୀ, ଗତ ୭ ତାରିଖ ଦିନ ମହିଳା ଜଣକ ପଞ୍ଚାୟତ ଅଫିସ୍‌କୁ ଚାଉଲ ଆଣିବାକୁ ଯାଇଥିଲେ । ଏହି ସମୟରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ ମହିଳାଙ୍କୁ କାର୍ଯ୍ୟାଳୟ ଭିତରକୁ ଟାଣି ନେଇଯାଇଥିଲେ । ଏହା ପରେ ତାଙ୍କ ସହ ଗଣ ବଳାତ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଏ ନେଇ ଝିରପାଣି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଜଣେ ସରପଞ୍ଚଙ୍କ ସ୍ୱାମୀ ଏପରି କରିବାକୁ ସାହସ କିପରି କଲେ ତାହାକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି |

Leave A Reply

Your email address will not be published.