OnaKhabar

କଙ୍ଗନାଙ୍କ ସହ ସାମ୍ବାଦିକଙ୍କ ଝଗଡାକୁ ନେଇ କ୍ଷମା ମାଗିଲେ ଏକତା କପୁର

0 14

ମୁମ୍ୱାଇ:ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ଏକ ସଙ୍ଗ୍ ରିଲିଜ ଇଭେଣ୍ଟରେ ଅଭିନେତ୍ରୀ କଙ୍ଗନାଙ୍କର ଜଣେ ସାମ୍ବାଦିକଙ୍କ ସହ ଯୁକ୍ତି ହୋଇଥିଲା । ଏହି ଇଭେଣ୍ଟରେ ପ୍ରଡ୍ୟୁସର ଏକତା କପୁର ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ସଂଘ ତରଫରୁ କଙ୍ଗନା ଓ ଏକତା ଯଦି କ୍ଷମା ନ ମାଗନ୍ତି ତେବେ ଫିଲ୍ମକୁ ବୟକଟ୍‌ କରାଯିବ ବୋଲି ଧମକ ଦିଆ ଯାଇଥିଲା ।

କଙ୍ଗନା କୌଣସି ଅବସ୍ଥାରେ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି ତାଙ୍କ ଭଉଣୀ ରଙ୍ଗୋଲି ସ୍ପଷ୍ଟ କରି ଦେବା ପରେ ଫିଲ୍ମ ରିଲିଜରେ କୌଣସି ଅସୁବିଧା ଦେଖାଦେବା ଆଶଙ୍କାରେ କ୍ଷମା ମାଗି ନେଇଛନ୍ତି ଏକତା । ଏନେଇ ସେ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏକତା ଉଲ୍ଲେଖ କରିଛନ୍ତି ଯେ, ଏହି ସମ୍ପୂର୍ଣ୍ଣ ଘଟଣା ଅପ୍ରତ୍ୟାଶିତ ଭାବେ ଆମ ଫିଲ୍ମର ସଙ୍ଗ ରିଲିଜ ଇଭେଣ୍ଟରେ ହୋଇଥିଲା । ଏହାକୁ ନେଇ ଲୋକେ ବହୁତ କଥା କହୁଥିବା ବେଳେ ପ୍ରଡ୍ୟୁସର୍‌ ହୋଇଥିବାରୁ ଏହି ସମ୍ପୂର୍ଣ୍ଣ ଘଟଣା ଲାଗି ମୁଁ କ୍ଷମା ମାଗୁଛି । ଏଥିଲାଗି ମୁଁ ବହୁ ଦୁଃଖିତବୋଲି ମଧ୍ୟ ଏକତା ପ୍ରକାଶ କରିଛନ୍ତି । କାହାକୁ ଆଘାତ ଦେବା ତଥା ଅପମାନିତ କରିବା ମୋ ଉଦ୍ଦେଶ୍ୟ ନୁହେଁ । ଆମ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ଆସନ୍ତା ୨୬ ତାରିଖରେ ରିଲିଜ ହେବ । ଏହି ପୂରା ଘଟଣାର ପ୍ରଭାବ ଯେପରି ଫିଲ୍ମ ଉପରେ ନ ପଡେ, ସେଥିଲାଗି ସାମ୍ବାଦିକ ବନ୍ଧୁଙ୍କୁ ଅନୁରୋଧ କରୁଛି । ଏହି ଘଟଣା ପରେ ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ପତ୍ର ପଠାଯାଇ କଙ୍ଗନାଙ୍କ ବ୍ୟତୀତ ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟ ତଥା ରିଲିଜକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.