OnaKhabar

କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା କାଷ୍ଟିଂକାଉଚ

0 415

ଭୁବନେଶ୍ବର : ଗତ କିଛି ମାସ ତଳେ କାଷ୍ଟିଂ କାଉଚକୁ ନେଇ ଓଲିଉଡରେ ସୃଷ୍ଟି ହୋଇଥିଲା ବିଭ୍ରାଟ | ହେଲେ କିଛି ଦିନର ବ୍ୟବଧାନ ପରେ ପୁଣି ପ୍ରତ୍ୟାବର୍ତନ କଲା କାଷ୍ଟିଂ କାଉଚ | ତେବେ ଏଭଳି ସଙ୍ଗୀନ ଅଭିଯୋଗ ଆଣି କଟକର ଜଣେ ମଡେଲ ଗଣ ମାଧ୍ୟମରେ ନିଜର ମୁହଁ ଖୋଲିଛନ୍ତି | ପ୍ରଥମେ ପ୍ରଜୋଯକ ନେଟଫ୍ଲିକ୍ସ ପରି ବଡ଼ ସଂସ୍ଥା ସହ କାମ କରିଥିବା କହି ମଡ଼େଲଙ୍କ ବିଶ୍ୱାସ ଜମାଇଥିଲେ । ଦିନକୁ କାମ ବାବଦକୁ ୧୦ ହଜାର ଟଙ୍କା ଦିଆଯିବ ବୋଲି ମଧ୍ୟ କହିଥିଲେ । କେବଳ ଏତିକି ନୁହେଁ ୱେବସିରିଜ ସହ ବଲିଉଡରେ ମଧ୍ୟ କାମ କରିବାର ସୁଯୋଗ ମିଳିବ ବୋଲି ମଡ଼େଲଙ୍କୁ ପ୍ରଜୋଯକ । ହେଲେ ପ୍ରତିବଦଳରେ ପ୍ରଯୋଜକଙ୍କୁ ଖୁସ୍ କରିବା ପାଇଁ ପଡ଼ିବ । ପ୍ରଯୋଜକ ଜେଡି ରାଉତ ମଡ଼େଲଙ୍କୁ କହିଥିଲେ, କେବଳ ବୋଲଡ ସିନ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ ।

ସହିଦନଗରରେ ଥିବା ଏକ ଷ୍ଟୁଡ଼ିଓରେ ଚାଲିଛି କାଷ୍ଟିଂକାଉଚର କଳାକାରନାମା । ଅଭିନୟ ଜଗତରେ ପାଦ ଦେବା ପାଇଁ ଯେ ଏତେ ବଡ ମୁଲ୍ୟ ଦେବାକୁ ପଡିବ ତାହା କେବେ ସ୍ବପ୍ନରେ ମଧ୍ୟ ଭାବି ନଥିଲେ ମଡେଲ ଜଣଙ୍କ । ନେଟଫ୍ଲିକ୍ସରେ ୱେବସିରିଜ ପାଇଁ ଜଣେ ଓଡିଆ ପ୍ରଯୋଜକ ଜେଡି ରାଉତ ଯୁବତୀଙ୍କୁ ରୁପେଲି ପରଦାରେ ହିରୋଇନ କରିବା ପାଇଁ ବଡ ବଡ ସ୍ୱପ୍ନ ଦେଖାଇଥିଲେ ଓ ପ୍ରଜୋଯକ କହିଥିଲେ ଦିନକୁ ଦରମା ୧୦ହଜାର ଟଙ୍କା । ଏଭଳି ଅପର ପାଇବା ପରେ ମଡେଲ ପହଂଚିଥିଲେ ପ୍ରଡ୍ୟୁସରଙ୍କ ଷ୍ଟୁଡିଓରେ । ଆଉ ଷ୍ଟୁଡିଓ ଭିତରେ ଯାହା ଘଟିଲା ତାହା ଅତ୍ୟନ୍ତ ଲଜ୍ଜା ଜନକ । କାମ ବାହାନାରେ ମଡ଼େଲଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାରମ୍ବାର ବାଧ୍ୟ କରିଥିଲେ ପ୍ରଯୋଜକ | କାମ ପାଇଁ ଏସବୁ ଜରୁରୀ ଓ ବଲିଉଡର କରୀନା ଓ ଉର୍ବସୀ ସମସ୍ତେ ଏପରି କରନ୍ତି ବୋଲି ମଡ଼େଲଙ୍କୁ ଭୁତାଉଥିଲେ ପ୍ରଯୋଜକ । ପ୍ରଯୋଜକ ଜେଡି ରାଉତ ତାଙ୍କୁ କହିଥିଲେ, ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ ଏବଂ ସିନେ ଜଗତରେ ଶାରୀରିକ ସମ୍ପର୍କ ରଖିବା ଅତି ସାଧାରଣ କଥା । ଓଲିଉଡ଼ ଓ ବଲିଉଡ଼ ସିନେ ଜଗରେ ଏହା ନିତିଦିନିଆ କଥା । ଏହି ଘଟଣା ପରେ ଯୁବତୀ ଜଣଙ୍କ ଥାନାରେ ମାମଲା ଦାୟର କରି ପୁରା କାହାଣୀ ବୟାନ କରିଛନ୍ତି ।

Leave A Reply

Your email address will not be published.