OnaKhabar

ଓଲଟିଲା ବସ, ଆହତ ହେଲେ ୫ ଯାତ୍ରୀ

0 11

ସୋର: ରାଜ୍ୟରେ ପୁଣି ଏକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱର ସୋରରେ ଘଟିଛି | ଏହି ଦୁର୍ଘଟଣା ଘଟି ୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି | ଏକ ଟୁରିଷ୍ଟ ବସ ଏନଏଚ ୧୬ର ମାର୍କୋଣାରେ ଭାରସାମ୍ୟ ହରାଇ ଓଲଟି ପଡିଛି ।
ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତ୍ରରେ ଏକ ଟୁରିଷ୍ଟ ବସ ଯାତ୍ରୀଙ୍କୁ ନେଇ ଝାଡଖଣ୍ଡରୁ ପୁରୀ ଆସୁଥିଲା । ବସରେ ପ୍ରାୟ ୫୧ଜଣ ଯାତ୍ରୀ ରହିଥିଲେ । ବସଟି ସୋର ଅଂଚଳ ଦେଇ ଯାଇଥିବା ଏନଏଚ ୧୬ର ମାର୍କୋଣାଠାରେ ଭାରାସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ବସରେ ଥିବା ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ।

https://www.onakhabar.com/2019/07/son-axes-father-over-family-dispute/

Leave A Reply

Your email address will not be published.