OnaKhabar

ଜୟଙ୍କ ନୈତିକତା ଓ ରାଜନୈତିକ ଆଦର୍ଶ ନାହିଁ : ଅନୁଭବ

0 1

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ପ୍ରତିଦ୍ୱନ୍ଦୀ ସାଂସଦ ଅନୁଭବ ମହାନ୍ତି କଡା ସମାଲୋଚନା କରି ତାଙ୍କ ନୈତିକତାର ପ୍ରଶ୍ନ ଉଠାଇଛନ୍ତି | ସାଂସଦ ପଦରୁ ଗଲା ପରେ ବି କିପରି ବୈଜୟନ୍ତ ଦିଲ୍ଲୀରେ ସରକାରୀ ବଙ୍ଗଳାକୁ ଜୋର ଜବରଦସ୍ତ ମାଡି ବସିଛନ୍ତି ସେ କଥା ଉଠାଇଛନ୍ତି । ଆଉ ଟ୍ୱିଟ ମାଷ୍ଟ୍ର ବୈଜୟନ୍ତଙ୍କୁ ଟ୍ୱିଟ କରି ମାଡ଼ ମାରିଛନ୍ତି ଅନୁଭବ |

ବୈଜୟନ୍ତଙ୍କୁ ସିଧା ଟାର୍ଗେଟ କରି ଅନୁଭବ ତାଙ୍କ ଟ୍ୱଇଟରେ ଜଣାଇବାକୁ ଚାହିଁଛନ୍ତି ସାଧାରଣ ଜୀବନରେ ସେ ଶିଷ୍ଟାଚାର ଓ ନୈତିକତା ନେଇ ଉପଦେଶ ଦେବା ବନ୍ଦ କରନ୍ତୁ । ଏଥିରେ ସେ ବୈଜୟନ୍ତ କିଭଳି ନୀତି ନିୟମ ବିରୋଧୀ କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଛନ୍ତି । ବୈଜୟନ୍ତ ପଣ୍ଡା ୧୩ ମାସ ତଳେ ସାଂସଦ ପଦରୁ ଇସ୍ତଫା ଦେଇସାରିଛନ୍ତି | ଏପରିକି ଗତ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରାଥୀ ହୋଇ ହାରିସାରିଛନ୍ତି | ଏହା ସତ୍ୱେ ବୈଜୟନ୍ତ ଜବରଦସ୍ତ ସରକାରୀ ବଙ୍ଗଳାକୁ ନିଜ ଦଖଲରେ ରଖିଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି । ଏପରିକି ସେ ମିଛ କଥା କହୁନାହାନ୍ତି ଓ ବିରୋଧୀ ବୋଲି କହୁନାହାନ୍ତି ଏହାର ପ୍ରମାଣ ପାଇଁ ବୈଜୟନ୍ତଙ୍କ ଦଖଲରେ ଥିବା ଘର ଆଗରେ ଛିଡ଼ାହୋଇ ଫଟୋ ଉଠାଇ ତାକୁ ଟ୍ୱଇଟରେ ମଧ୍ୟ ପୋଷ୍ଟ କରିଛନ୍ତି |

ବୈଜୟନ୍ତ ଯେତେବେଳେ ବିଜେଡି ସାଂସଦ ଥିଲେ ସେତେବେଳେ ତାଙ୍କୁ ନୂଆଦିଲ୍ଲୀର ୨ ମହାଦେବ ରୋଡରେ ପୂର୍ବରୁ ସରକାରୀ ବଙ୍ଗଳା ମିଳିଥିଲା । ହେଲେ ଏହାରି ଭିତରେ ସେ ନିର୍ବାଚନରେ ପରାଜିତ ହୋଇସାରିଥିଲେ ମଧ୍ୟ ସରକାରୀ ବଙ୍ଗଳା ଛାଡୁନଥିବା ଦର୍ଶାଇଛନ୍ତି ଅନୁଭବ ।
ଅନୁଭବ ତାଙ୍କ ପ୍ରଥମ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ଆଇନ ପ୍ରଣେତା ଜୟ ପଣ୍ଡାଙ୍କର ଆଇନ ପ୍ରତି ଟିକେହେଲେ ସାନମାନ ନାହିଁ | ତାଙ୍କର କୌଣସି ନୈତିକ ମୂଲ୍ୟବୋଧ ଓ ରାଜନୈତିକ ଆଦର୍ଶ ନାହିଁ | ହେଲେ ତାଙ୍କର ସାଂସଦ ପଦ ଯିବାର ୧୩ ମାସ ବିତିଗଲାଣି ଓ ଏହାରି ଭିତରେ ସେ ନିର୍ବାଚନରେ ପରାଜିତ ହୋଇସାରିଥିଲେ ମଧ୍ୟନ ମହାଦେବ ରୋଡ଼ରେ ମିଳିଥିବା ସରକାରୀ ବଙ୍ଗଳାକୁ ଛାଡୁନାହାନ୍ତି |

Ex-Law Maker Sri @PandaJay has NO respect for Law,Ethics or political morality.13 months after he ceased to be a MP and further after losing the last Lok Sabha elections he continues to forcibly occupy the government bungalow at 02, Mahadev Road,New Delhi.

ଦ୍ୱିତୀୟ ଟ୍ୱିଟରେ ଅନୁଭବ ଦର୍ଶାଇଛନ୍ତି, ବୈଜୟନ୍ତଙ୍କ ଘରର ସୁରକ୍ଷା କର୍ମୀଙ୍କୁ କିଛି ଏଭଳି ଢଙ୍ଗରେ ଟ୍ରେନିଂ ଦିଆଯାଇଛି, ଯେପରି ସେମାନେ ନବ ନିର୍ବାଚିତ ସାଂସଦଙ୍କୁ ଗେଟ ଭିତରକୁ ଛାଡିବେ ନାହିଁ । ଯେଉଁମାନଙ୍କୁ ଲୋକସଭାର ଗୃହ କମିଟି ଅଧିକାର ଦେଇଛି ଘର ଭିତରେ ପଶି ଘରର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି , ସାଧାରଣ ଜୀବନରେ ସେ ଶିଷ୍ଟାଚାର ଓ ନୀତିଶାସ୍ତ୍ର ବା ନୈତିକତା ନେଇ ଉପଦେଶ ଦେବା ବନ୍ଦ କରନ୍ତୁ ।
His Security Guards are trained not to allow the newly elected MPs who are entitled to allotment by House Committee of LS to enter and inspect the house.

He must stop preaching and sermonising about morals and ethics in public life in future.

ଏଥର ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ପ୍ରାଥୀ ଥିଲେ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାଥୀ ଥିଲେ ଅନୁଭବ ମହାନ୍ତି | ବୈଜୟନ୍ତଙ୍କୁ ୧ ଲକ୍ଷ ୫୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ ଅନୁଭବ | ଏନିର୍ବାଚନ ବେଶ ହାଇପ୍ରୋଫାଇଲ ଥିଲା | ବୈଜୟନ୍ତଙ୍କୁ ହରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଦିନ କେନ୍ଦ୍ରାପଡାରେ ରହି ଅନୁଭବଙ୍କ ପାଇଁ ପ୍ରଚାର କରିଥିଲେ |

Leave A Reply

Your email address will not be published.