OnaKhabar

ଚଳିତ ବର୍ଷ ୪୪୫ କୋଟି ଟଙ୍କା ଆୟ କଲେ ଖିଲାଡ ଷ୍ଟାର

0 48

ନୂଆଦିଲ୍ଲୀ: ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଫୋର୍ବ୍ସ ପକ୍ଷରୁ ଜାରି ହୋଇଛି । ଏଥିରେ ଭାରତରୁ କେବଳ ଜଜଣେ ଅଭିନେତା ସାମିଲ ହୋଇଛନ୍ତି | ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର| ସେ ହିଁ ଏକମାତ୍ର ଷ୍ଟାର ଯିଏ କି ଏହି ଷ୍ଟାର ଲିଷ୍ଟରେ ପ୍ରବେଶ କରିଛନ୍ତି | ତେବେ ଅକ୍ଷଯ ଏହି ତାଲିକାରେ ସାମିଲ ହୋଇଥିବା ବେଳେ କିନ୍ତୁ ବଲିଉଡର ସୁଲତାନ ସଲମାନ ଖାନ୍ ମଧ୍ୟ ଏହି ତାଲିକାରୁ ବାଦ୍ ପଡିଛନ୍ତି । ଫୋର୍ବ୍ସ ପକ୍ଷରୁ ତାଲିକା ଜାରି କରାସରିଛି, ଯେଉଁଥିରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଅକ୍ଷୟ କୁମାର ରୋଜଗାର କରିବା ମାମଲାରେ ନମ୍ୱର ୧ ।
ସୂଚନାଯୋଗ୍ୟ ଯେ, ଏହି ତାଲିକାରେ ଭାରତର ଅମିତାଭ ବଚ୍ଚନ, ଶାହରୁଖ ଖାନ୍, ସଲମାନ ଖାନ୍ ଓ ଅକ୍ଷୟ କୁମାର ସାମିଲ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ପ୍ରକାଶିତ ତାଲିକାରେ କେବଳ ଅକ୍ଷୟ କୁମାର ସ୍ଥାନ ପାଇଛନ୍ତି । 2008ରେ ମଧ୍ୟ ଅକ୍ଷୟ କୁମାର ସମସ୍ତ ଭାରତୀୟ କଳାକାରଙ୍କୁ ପଛରେ ପକାଇ ଦେଇଥିଲେ । କିନ୍ତୁ ଗତ ବର୍ଷ ପ୍ରକାଶିତ ତାଲିକାରେ ଅକ୍ଷୟ କୁମାରଙ୍କ ସହ ସଲମାନ ଖାନ ମଧ୍ୟ ସାମିଲ ହୋଇଥିଲେ । କିନ୍ତୁ ୨୦୧୯ରେ ସଲମାନ ଏହି ତାଲିକାରେ ନାହାନ୍ତି ।
ଫର୍ବ୍ସ ପକ୍ଷରୁ ପ୍ରକାଶିତ ସର୍ବାଧିକ ରୋଜଗାର କରିଥିବା ଷ୍ଟାରଙ୍କ ତାଲିକାର ୩୩ ତମ ସ୍ଥାନରେ ରହିଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ଚଳିତ ବର୍ଷ ୬୫ ମିଲିୟନ ଡଲାର(ପାଖାପାଖି ୪୪୫ କୋଟି ଟଙ୍କା) ରୋଜଗାର କରିଛନ୍ତି । କେବଳ ବଲିଉଡ୍ ଷ୍ଟାର ନୁହଁନ୍ତି ହଲିଉଡର ଷ୍ଟାର ରିହାନା, ଜୈକୀ ଚୈନ୍, ବ୍ରେଡଲୀ କୁପର, ସ୍କାରଲେଟ ଜନସନଙ୍କ ଭଳି ଅନେକ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି ।

Leave A Reply

Your email address will not be published.