OnaKhabar

ବିଶ୍ୱକପରୁ ଭାରତ ପରାସ୍ତ ହେବାପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

0 464

କଳାହାଣ୍ଡି: ରାଜ୍ୟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି | ବିଶ୍ୱକପ କ୍ରିକେଟରେ ଭାରତର ଭଲ ପର୍ଦଶନ ନଥିବାରୁ ଭାରତୀୟ କ୍ରିକେଟ ଦଳ ସେମିଫାଇନାଲରୁ ହିଁ ଫେରିବାକୁ ବାଧ୍ୟ ହୋଇଥିଲା | ତେବେ ମଙ୍ଗଳବାର ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଛି ଟିମ୍ ଇଣ୍ଡିଆ । ଭାରତର ପରାଜୟରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଛି କହିଲେ ଭୁଲ ହେବ ନାହିଁ । ଲିଗ ସ୍ତରରେ ଶୀର୍ଷ ସ୍ଥାନରେ ରହିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ସହଜ ବିଜୟ ହାସଲ କରିବ ବୋଲି ମନେ ହେଉଥିବା ବେଳେ ଏଥିରେ ବିଚ୍ୟୁତ ହୋଇଥିଲା ଭାରତୀୟ ଦଳ । ତେବେ ଏହି ପରାଜୟରେ ଅନେକ କ୍ରିଡାପ୍ରେମୀ ମର୍ମାହତ ମଧ୍ୟ ହୋଇଛନ୍ତି । ତେବେ ସାରା ଦେଶର ଲୋକେ ଏଥିରେ ମର୍ମାହନ୍ତ ହେଇଥିବା ବେଳେ ରାଜ୍ୟର କଳାହାଣ୍ଡିର କଳାହାଣ୍ଡି ଜିଲ୍ଲା ନୂଆଗାଁ ପଞ୍ଚାୟତର ସିଙ୍ଗଭାଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି | ଜଣେ ଯୁବକ ଏହି ପରାଜୟ ନ ସହିପାରି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି | ଭାରତର ପରାଜୟ ପରେ ମର୍ମାହତ ହୋଇ ସେ ବିଷ ପିଇ ଆତ୍ମ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ବିଶ୍ୱକପ ୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ସେ ସହ୍ୟ ନକରି ପାରିବାରୁ ବିଷ ପିଇ ଆତ୍ମଦତ୍ୟା କରିବାକୁ ଉଦ୍ୟମ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ୱାରୁ ଭୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାସ୍ତରିତ କରାଯାଇଛି । ତେବେ ତାଙ୍କର ଏପରି ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି |

 

Leave A Reply

Your email address will not be published.