OnaKhabar

ଷ୍ଟେସନରୁ ଉଦ୍ଧାର ହେଲେ ୯ ନବାଳିକା ଓ ୨ ନାବାଳକ

43

ରାଉରକେଲା: ରାଜ୍ୟରେ ପୁଣି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ସୂଚନା ମି‌ଳିଛି | ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ବେଳେ 11 ଜଣ ନବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି | ଏପରି ଘଟଣା ରାଉରକେଲା ରେଳଷ୍ଟେସନରେ ଘଟିଛି | ୯ ଜଣ ନାବାଳିକା ଓ ୨ ନାବାଳକଙ୍କୁ ଏପରି ଅଘଟଣର ଉଦ୍ଧାର କରାଯାଇଛି । ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରେ ରାଉରକେଲା ଜିଆରପି ଏବଂ ଚାଇଲ୍ଡ ଲାଇନ ମିଳିତ ଚଢଉ କରି ଏମାନଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତଙ୍କୁ ହାୱଡା ଷ୍ଟେସନରୁ ମୁମ୍ବାଇ ଚାଲାଣ କରାଯାଉଥିବା ନେଇ ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ୍ ପଚରାଉଚୁରା କରୁଥିବାର ସୂଚନା ମିଳିଛି । ଉଦ୍ଧାର ହୋଇଥିବା ନାବାଳିକା ଓ ନାବାଳକଙ୍କୁ ଚାଇଲ୍ଡ ଲାଇନ ନିଜ ହେପାଜାତରେ ରଖିଛି । ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କ ଘର ବିହାର କଟିହାର ଅଞ୍ଚଳରେ ବୋଲି ଜଣାପଡିଛି । ଏନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।