OnaKhabar

ଲଜ୍ଜ୍ୟା: ପ୍ରେମିକକୁ ପୁଲିସ ସାମ୍ନାରେ ପିଟିପିଟି ହତ୍ୟା

60

ଅହମ୍ମଦାବାଦ: ରାଜ୍ୟ ଓ ରାଜ୍ୟ ବାହାରେ ଗୋଟେ ପରେ ଗୋଟେ ଅତିରୁ ଅତି ଲଜ୍ଜ୍ୟାଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳିଛି | ଆଜି ପୁଣି ଏକ ସେହିପରି ଏକ ଘଟଣା ସାମନାକୁ ଆସିଛି | ଜାଜି ଭେଦ ଭାବ ଲାଗି ପୁଣି ବଳି ପଡିଛନ୍ତି ଜଣେ ପ୍ରମିକ | ଉଚ୍ଚ ଜାତିରେ ପ୍ରେମ ବିବାହ କରିଥିବା ଜଣେ ଦଳିତ ଯୁବକଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି | ସେ ପୁଣି ଲୁଚିଛପି ନୁହେଁ ବରଂ ଆଇନ ରକ୍ଷକ ପୋଲିସ ସାମ୍ନାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟ ରାଜଧାନୀ ଅହମ୍ମଦାର ବାରମୋର ଗାଁରେ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ହରେଶ କୁମାର ସୋଲଂକୀ |
ସୂଚନାନୁଯାୀୟୀ, କଚ୍ଛ ଗାନ୍ଧୀଧାମରେ ରହୁଥିବା ହରେଶ ଅହମ୍ମଦାବାଦର ଉର୍ମିଳାଙ୍କୁ ଗତ ୬ ମାସ ତଳେ ପ୍ରେମ ବିବାହ କରିଥିଲେ । ମେ ମାସରେ ଉର୍ମଳାଙ୍କ ଘର ଲୋକ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ସେ ଗର୍ଭବତୀ ଥିଲେ । ଯେତେବେଳେ ହରେଶକୁ ଏ ବିଷୟରେ ଜଣାପଡ଼ିଲା ସେ ଶ୍ୱଶୁର ଘର ଲୋକଙ୍କୁ ୧୮୧ ଅଭୟମ ସଙ୍ଗଠନ ସାହାଯ୍ୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ସେମାନେ କାଉନସିଲର୍‌ ଟିମ୍‌ ଓ ପୋଲିସ କନ୍‌ଷ୍ଟେବଳଙ୍କ ସହିତ ଶ୍ୱଶୁର ଘରେ ପହଁଚିଥିଲେ । ଟିମ୍‌ ଘର ଭିତରକୁ ଯାଇଥିଲେ ଏବଂ ହରେଶ କାର୍‌ରେ ବସିଥିବା ସମୟରେ ଉର୍ମିଲା ବାପା ୮ ଜଣ ବ୍ୟକ୍ତିଙ୍କ ସହିତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଭୁଜାଲୀରେ ହାଣିବା ସହିତ ହରେଶଇକୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । କାଉନସିଲର୍‌ ଭାବିକା ପୋଲିସକୁ ତୁରନ୍ତ ଫୋନ୍‌ କରିଥିଲେ । ଉର୍ମିଲାଙ୍କ ବାପା ଦଶରଥସିହ୍ନ ଜାଲାଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ମାମଲା ରୁଜୁ କରିଛି । ଏହା ସହିତ ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ସେପଟେ ଗର୍ଭବତୀ ଥିବା ଉର୍ମିଳାଙ୍କର କୌଣସି ଖୋଜଖବର ମିଳୁ ନଥିବା ସୂଚନା ମିଳିଛି |

https://www.onakhabar.com/2019/07/rape-case-4/