OnaKhabar

କ୍ରିକେଟ ବେଟିଂ ଅଭିଯୋଗରେ ତିନି ଗିରଫ

0 71

କଟକ: ପୂରା ଦେଶରେ ବର୍ତ୍ତମାନ ବିଶ୍ୱକପ କ୍ରେଜରେ ସବୁଆଡେ ମାତୁଥିବାର ଦେଖିବାକୁ ମିଳୁଛି | କିନ୍ତୁ ତାହା କିଛି ଅପରାଧିକ କାର୍ଯ୍ୟ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଆଜି ବିଶ୍ୱକପ ବେଟିଂ ଅଭିଯୋଗରେ ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ପୋଲିସ ପୁରୀଘାଟ ଅଂଚଳରୁ ତିନିଜଣକୁ ଗିରଫ କରିଛି ।
ସୂଚନାନୁସାରେ, ବିଶ୍ୱକପ ସିଜନ ଚାଲିଥିବା ବେଳେ କେତେକ ସ୍ଥାନରେ ବ୍ୟକ୍ତି ନିଜ ନିଜ ମଧ୍ୟରେ ଏହାକୁ ନେଇ ବେଟିଂ କରୁଛନ୍ତି । କୈାଣସି ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ କଟକ ଜିଲ୍ଲା ପୁରୀ ଘାଟ ଅଂଚଳରେ ଚଡାଉ କରାଯାଇଥିଲା । ପୁରୀ ଘାଟ ଥାନା ପୋଲିସ ସେଠାରୁ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ଟି କମ୍ପ୍ୟୁଟର, ଲାପଟପ ଓ ୫ଟି ଦାମୀ ମୋବାଇଲ ଜବତ କରିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଶ୍ୱକପ ବେଟିଂ ଅଭିଯୋଗରେ ଅନେକ ସ୍ଥାନରୁ ଲକ୍ଷାଧିକ ଟଙ୍କା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍‌

Leave A Reply

Your email address will not be published.