OnaKhabar

ଭାରତର ବ୍ୟାଟିଂ ବିପର୍ଯ୍ୟୟ

189

ମାଞ୍ଚେଷ୍ଟର: ପୂରା ଦେଶ ଓ ଦେଶ ବାହାରେ କ୍ରିକେଟର କ୍ରେଜ ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ମଙ୍ଗଳବାର ଆରମ୍ଭ ହୋଇଥିବା ଇଣ୍ଡିଆ ସହ ନ୍ୟୁଜଲ୍ୟାଣ୍ଡ ବର୍ଷା ଯୋଗୁଁ ଅସଂପୂର୍ଣ୍ଣ ରହିଥିବା ବେଳେ ସେମିଫାଇନାଲ ମ୍ୟାଚ ଆଜି ଆରମ୍ଭ ହୋଇଛି । ଅବଶିଷ୍ଠ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୪୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । କିଓ୍ଵି ଦଳ ୫୦ ଓଭରରେ ୮ ଓ୍ଵିକେଟରେ ୨୩୯ ରନ କରିଥିଲା । ହେଲେ ଭାରତ ଭାରତ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି | 6 ରନରେ 3ଟି ୱିକେଟ ହରାଇଛି | ତେବେ ବର୍ତ୍ତମାନ ଦିନେଶ କାର୍ତ୍ତିକଙ୍କ ସହ ରିସର୍ଭଙ୍କ ପର୍ଦଶନୀ ଚାଲିଛି |
ଦଳ ପକ୍ଷରୁ ରସ ଟେଲର ସର୍ବାଧିକ ୭୪ ଓ ଓ୍ଵିଲିୟମସନ ୬୭ରନ ସଂଗ୍ରହ କରିଥିଲେ । ଭାରତପକ୍ଷରୁ ଭୁବନେଶ୍ୱର କୁମାର ୩ଟି ଓ ବୁମରା,ପାଣ୍ଡ୍ୟା,ଚହଳ ଓ ଜେଦାଜା ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ତେବେ ଗତକାଲି ୪୬.୧ ଓଭରରେ ବର୍ଷା ଯୋଗୁଁ ଖେଳ ଅଟକିବା ବେଳକୁ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲା । ଆଜି ନ୍ୟୁଜିଲାଣ୍ଡ ସେହି ୪୬.୧ ଓଭରରୁ ନିଜର ବ୍ୟାଟିଂ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ବୁମରା ନିଜର ଅଂସପୂର୍ଣ୍ଣ ଓଭରରୁ ବୋଲି ଆରମ୍ଭ କରିଥିଲେ । ଆଜି ଖେଳ ଆରମ୍ଭ ହେଉ ହେଉ ଭାରତକୁ ସଫଳତା ମିଳିଥିଲା । ୭୪ ରନରେ ଖେଳୁଥିବା ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳି ରସ ଟେଲରଙ୍କୁ ରବିନ୍ଦ୍ର ଜାଦେଜା ଚମତ୍କାର ଫିଲଡିଂ କରି ରନ ଆଉଟ କରିଥିଲେ ।
ତେବେ ବର୍ତ୍ତମାନ ଇଣ୍ଡିଆ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳୁଥିବା ବେଳେ ବ୍ୟାଟିଂ ଭଲ କରୁନଥିବାର ଦେଖିବାକୁ ମିଳୁଛି | ବର୍ତ୍ତମାନ 9 ଓଭରରେ 19 ରନ କରିଥିବା ବେଳେ କିନ୍ତୁ 3ଟି ୱିକେଟ ହରାଇଥିବାର ଜଣାପଡିଛି | ତେବେ ଏପରି ଖେଳ ଦେଖି ଅନୁମାନ କରିହେଉଛି ଭାରତ ଜିତିବ କି ହାରିବ |